ଶାଶୂକୁ ହତ୍ୟା କଲା ଜ୍ୱାଇଁ, ଛୁଆକୁ ବଳିଦେବା ଲାଗି ମାଗିଥିଲେ
25/01/2023 at 1:36 PM

ରାଉରକେଲା ୨୫।୦୧ : ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା । ଗୁରୁତର ଅବସ୍ଥାରେ ଦାଦା ଶ୍ୱଶୂର ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଜ୍ବାଇଁ ମୋନା କୁମାରକୁ ଗିରଫ କରିଛି ଵିଶ୍ରା ଥାନା ପୋଲିସ।
ଖବର ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୯ଟାରେ ବିଶ୍ରା ଥାନା କେତେପୁର କୁମ୍ଭାର ଟୋଲି ଗାଁରେ ଘଟିଛି ହତ୍ୟାକାଣ୍ଡ । ଜ୍ୱାଇଁକୁ ଶାଶୁ ଶ୍ୱଶୁର ଗୁଣି ଶିଖାଇବା ସହ ତାଙ୍କ ଛୁଆକୁ ବଳି ପାଇଁ ମାଗିଥିଲେ । ଯାହାଫଳରେ ରାଗି ଯାଇ ଏଭଳି ହତ୍ୟାକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି ।
ତେବେ ଗିରଫ ପରେ ଜ୍ୱାଇଁ ମୋନା କୁମାର ପୋଲିସ ଆଗରେ ସତ ମାନିଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ମୃତ ଶରୀର ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023