ଶିଳ ପୁଆରେ ମଉସାଙ୍କୁ ନିର୍ମର୍ମ ହତ୍ୟା କରି ପୁତୁରା ଗିରଫ

Published By : Prameya-News7 Bureau | November 11, 2022 IST

ରାଉରକେଲା ୧୧/୧୧: ହତ୍ୟାକାରୀ ସାଜିଲା ପୁତୁରା। ମଉସାକୁ ଶିଳପୁଆରେ ହତ୍ୟା କରିବା ପରେ ଅଭିଯୁକ୍ତ ପୁତୁରାକୁ ପୋଲିସ ଗିରଫ କରିଛି। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନାର ହାତୀଆଡା ଗାଁ ରେ ଏହି ହତ୍ୟାକାଣ୍ଡ ଘଟିଛି। ଜମିବାଡ଼ିକୁ କେନ୍ଦ୍ର କରି ଥିବା ପୂର୍ବ ଶତୃତାରୁ ଏପରି ହୋଇଥିବା ଜଣାପଡ଼ିଛି। ଗତକାଲି ବା ଗୁରୁବାର ମଉସା ଜୁହୁରୁ ମାଝୀ ଗାଁରେ ସାମୁହିକ କାର୍ଯ୍ୟରେ ଯୋଗ ଦେଇ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। 

ଏତିକି ବେଳେ ପୁତୁରା ବିଜୟ ବାଗେ ଓ ତାଙ୍କ ମଉସା ଜୁହୁରଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ପୁତୁରା ଉତ୍ୟକ୍ତ ହୋଇ ଏକ ଶିଳପୁଆ ଆଣି ମଉସାଙ୍କୁ ସେଥିରେ ଆାକ୍ରମଣ କରି ନିର୍ମମ ହତ୍ୟା କରିଥିଲେ। ସକାଳୁ ଗାଁ ଲୋକ ମୃତଦେହ ଦେଖି ପୋଲିସକୁ ଜଣାଇଥିଲେ। ଏହି ଖବର ପାଇ ଘଟଣାସ୍ଥଳରେ ଚାନ୍ଦିପୋଷ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ଏହି ଘଟଣାରେ ପୁତୁରା ବିଜୟକୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.