ଖାସି ପାଇଁ ହତ୍ୟା ! ପିଟି ପିଟି ମାରିଦେଲା ମାଂସ ଦୋକାନୀ

Published By : Prameya-News7 Bureau | December 06, 2020 IST

ରାଉରକେଲା ୦୬।୧୨ : ଖାସି ମାଂସ ପାଇଁ ହତ୍ୟା । ମାଂସ ପାଇଁ ଜଣେ ଆରଏସପି କର୍ମଚାରୀଙ୍କ ହତ୍ୟା କରାଯାଇଛି । ମୃତକ ଆରଏସ୍‌ପି କର୍ମଚାରୀ ପଦ୍ମଲୋଚନ ପୂର୍ତ୍ତି ବୋଲି ଜଣାପଡିଛି । ମାଂସ ବେପାରୀ ବାଡେ଼ଇ ମାରିଦେଇଥିବା ସୂଚନା ରହିଛି । ମାଂସ ବେପାରୀର ନାମ ଦେବାଶିଷ ସାହୁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରାଉରକେଲା ବନ୍ଧମୁଣ୍ଡା ଥାନା ତିକକାନଗରରେ ଏହି ହତ୍ୟାକାଣ୍ଡ ଘଟିଛି । ଦେବାଶିଷ ସାହୁ ନାମକ ମାଂସ ବେପାରୀଠୁ ମାଂସ କିଣିଥିଲା ପଦ୍ମଲୋଚନ ପୂର୍ତ୍ତି। ଗତ ଶୁକ୍ରବାର ଦିନ ମାଂସର ବାକି ଟଙ୍କା ପାଇଁ ଘରୁ ଘୋଷାଡି ଆଣି ଖୁଣ୍ଟରେ ବାନ୍ଧି ପଦ୍ମଲୋଚନଙ୍କୁ ବାଡେଇଥିଲା ଦେବାଶିଷ। ଶେଷରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ବନ୍ଧମୁଣ୍ଡା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.