vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌

25/05/2022 at 7:54 AM

ରାଇରଙ୍ଗପୁର ୨୫।୦୫: ରାଇରଙ୍ଗପୁର ସାପ୍ତାହିକ ଗୋରୁ ହାଟରେ ଗୁଳିକାଣ୍ଡ ।ଗୋରୁ ବେପାରୀ ମୃତ । ୪ ଜଣ ଦୁର୍ବୁତ୍ତ ବେପାରୀଙ୍କ ଉପରକୁ ଗୁଳି ମାଡକରି ୨୦ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି । ମୃତକ ବେପାରୀ ପଶ୍ଚିମବଙ୍ଗ ଜମ୍ବାଲି ଥାନାର ଜାମସୁ ଅଲ୍ଲୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ସାପ୍ତାହିକ ଗୋରୁ ହାଟ ଚାଲୁଥିବା ବେଳେ ୪ଜଣ ଦୁର୍ବୁତ୍ତ ଆସି ହଠାତ ଜଣେ ଗୋରୁ ବେପାରୀଙ୍କ ଉପରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲା । ଏହାପରେ ତାଙ୍କ ଠାରୁ ୨୦ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତ ମାରିଥିବା ଗୁଳି ତାଙ୍କ ଛାତିରେ ଲାଗିବାରୁ ବେପାରୀ ଜଣକ ସେହି ଠାରେ ଟଳି ପଡ଼ିଥିଲେ  ।

ସେଠାରୁ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।  ମୃତକ ବେପାରୀ ଜଣକ ହେଲେ ପଶ୍ଚିମବଙ୍ଗ ଜମ୍ବାଲି ଥାନାର ଜାମସୁ ଅଲ୍ଲୀ । ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts