ପାରିବାରିକ କଳହରୁ ହତ୍ୟା , ସ୍ତ୍ରୀକୁ ମାରି ସ୍ୱାମୀ ଅଟକ

Published By : Prameya-News7 Bureau | December 22, 2020 IST

ରାଇରଙ୍ଗପୁର ୨୨।୧୨ : ପାରିବାରିକ କଳହକୁ ନେଇ ହତ୍ୟା । ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଅଟକ । ମୃତକଙ୍କ ନାମ ଚିତ ମୁର୍ମୁ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଲକ୍ଷ୍ମଣଛତ୍ର ଗାଁରେ ଘଟିଛି ଏଭଳି ଅଭାବାନୀୟ ଘଟଣା ।

ଖବର ଅନୁଯାୟୀ,  ଅଭିଯୁକ୍ତ ସ୍ୱାମୀ ନାଗାଇ ହେମ୍ବ୍ରମ ଦୁଇ ବର୍ଷ ତଳେ ଝାରଖଣ୍ଡ ରାଜ୍ୟ ଡୁମୁରିଆ ଥାନା ସୁଦୁଡୁର ଗାଁର ଚିତା ମୁର୍ମୁକୁ ବିବାହ କରିଥିଲା। ଆଜି ସକାଳେ ଗାଁ ସ୍ତ୍ରୀ ଅସୁସ୍ଥ ଥିବା କହି ଗାଁର ମୁଖିଆ ରାଜମାଲ ମୁର୍ମୁକୁ ୧୦୮ ଆମ୍ବୁଲାନ୍ସ ଡାକିଦେବାକୁ ଅନୁରୋଧ କରିଥିଲା। କିନ୍ତୁ ଗାଁ ମୁଖିଆ , ଏବଂ ଗାଁର କିଛି ଲୋକ ଆସି ନାଗାଇଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଚିତାଙ୍କ ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡିଥିବା ଦେଖି ସନ୍ଦେହ ସୃଷ୍ଟି ହୋଇଥିଲେ । ଘଟଣାସଂପର୍କରେ ଗାଁର ବୈଠକ ବସିଥିଲା । ସେହି ବୈଠକରେ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା ଅଭିଯୁକ୍ତ । ଏହାପରେ ଗାଁର ମୁଖିଆ ଓ କିଛି ଗ୍ରାମବାସୀ ଗୋରୁମହିଷାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରହିଛି । ଅନ୍ୟ ପକ୍ଷରେ SDPO ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲା ବେଳେ ବାରିପଦାରୁ ସାଇଣ୍ଟିଫିକ ଟିମ୍‌କୁ ଡକାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.