ସ୍ୱାମୀକୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମୃତ, ଗ୍ରାମରକ୍ଷୀଙ୍କ ପୁଅ ମାରିଛି ଗୁଳି

Published By : Prameya-News7 Bureau | September 15, 2022 IST

ନୂଆପଡ଼ା ୧୫।୦୯ : ନୂଆପଡ଼ା ଜିଲ୍ଲା କୋମନା ଥାନା ଠୁଟିବର ଗାଁରେ ଗୁଳିକାଣ୍ଡ । ଗ୍ରାମରକ୍ଷୀଙ୍କ ପୁଅର ଗୁଳିମାଡ଼ରେ ମହିଳା ମୃତ । ସ୍ୱାମୀର ଜୀବନ ବଞ୍ଚାଇବାକୁ ଯାଇ ମହିଳା ମୃତ୍ୟୁ ହୋଇଛି । ମୃତକ ଠୁଟିବର ଗାଁର କୁମୁଦିନୀ ଶବର ବୋଲି ଜଣାପଡିଛି ।  

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଠୁଟିବର ଗାଁର ଗ୍ରାମରକ୍ଷୀଙ୍କ ପୁଅ ନିଲାମ୍ବର ସୁନା ମାତାଲ ଅବସ୍ଥାରେ ଶରତ ସାହୁଙ୍କୁ ଗୁଳିକରି ହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ସ୍ବାମୀ ଶରତ ସାହୁଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ କୁମୁଦିନୀ ଶବର ସାମ୍ନାକୁ ଚାଲି ଆସିଥିଲେ । ଫଳରେ ମହିଳାଙ୍କ ପେଟରେ ଗୁଳି ବାଜିଥିଲା। ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋମନା ହସ୍ପିଟାଲ ଆଣିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି।

ତେବେ ନିଳାମ୍ବରଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ବେଳେ ଏକ ହତ୍ୟା ମାମଲାରେ ସେ ଜେଲ ମଧ୍ୟ ଯାଇଥିଲା । ନିଳାମ୍ଵର ଏବେ ଫେରାର ଥିବାବେଳେ ତଦନ୍ତ ଚଳାଇଛି କୋମନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.