ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ! ବିଲରେ ପଡିଛି ମୃତଦେହ

Published By : Prameya-News7 Bureau | March 26, 2022 IST

ନୀଳଗିରି ୨୬।୦୩ : ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା । ବାଲେଶ୍ୱର ଜିଲ୍ଲା ନୀଳଗିରି ପଞ୍ଚୁଲିଙ୍ଗେଶ୍ୱର ରାସ୍ତା କଡମ୍ବସାହି ନିକଟରେ ଥିବା ଏକ ବିଲରୁ ଠାବ ହୋଇଛି ମୃତଦେହ । ମିଳିନି ପରିଚୟ ।

ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ରାସ୍ତାକଡ଼ରେ ଥିବା ଏକ ବିଲରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ବିଲରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ତେବେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଅତି ଅମାନୁସିକ ଭାବେ ହତ୍ୟା କରାଯାଇଥିବା ପାରିପାଶ୍ୱିକ ସ୍ଥିତିରୁ ଜଣାପଡିଛି । ଏବେ ଯାଏଁ ଯୁବକଙ୍କ ପରିଚୟ ମିଳିନାହିଁ ।

ସେପଟେ ଯୁବକଙ୍କୁ କିଏ ହତ୍ୟା କରିଛି ? ଆଉ କାହିଁକି ହତ୍ୟା କରିଛି ?  ତାହାର ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.