ଗାଁ ଦାଣ୍ଡରେ ବିଭତ୍ସ ହତ୍ୟା, ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଲେ ପଡୋଶୀ

Published By : Prameya-News7 Bureau | September 09, 2020 IST

ନୟାଗଡ ୦୯।୦୯: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶଗାଡିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁ ଦାଣ୍ଡରେ ଜଣଙ୍କୁ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି । ମୃତକ କ୍ଷେତ୍ରବାସୀ ମହାପାତ୍ର ବୋଲି ଜଣାପଡିଛି ।

{"id":327050,"sizeSlug":"large"}

ମିଳିଥିବା ଖବରଅନୁଯାୟୀ, ଜମିବାଡ଼ିକୁ କେନ୍ଦ୍ର କରି ନେଇ କ୍ଷେତ୍ରବାସୀଙ୍କ ପରିବାର  ଓ ପଡୋଶୀ ପରିବାର ସହିତ ବିବାଦ ଲାଗିରହିଥିଲା । ଗତକାଲି ମଧ୍ୟ ଉଭୟ ପରିବାର ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା , ଏବଂ ଏଥିରେ ୨ଜଣ ଆହତ ହୋଇଥିଲେ । କିନ୍ତୁ ମଣିଷ ମନରେ ଥିବା ରାଗକୁ ରୋକିବ ବା କିଏ । ଗଣ୍ଡଗୋଳରେ ୨ଜଣ ଆହତ ହୋଇଥିବା ସତ୍ତ୍ୱେ ମଧ୍ୟ ବିବାଦ ଥମିନଥିଲା ।

{"id":327051,"sizeSlug":"large"}

ମଙ୍ଗଳବାର ବିଳମ୍ବିତ ରାତିରେ କ୍ଷେତ୍ରବାସୀ ପରିସ୍ରା କରିବାକୁ ବାହାରକୁ ଆସିଥିଲା ବେଳେ ତାଙ୍କୁ ଖଣ୍ଡାରେ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ଯାହାକି ପୁରା ଅଞ୍ଚଳରେ ଆଲୋଡନା ସୃଷ୍ଟି କରିଛି । ସାଧାରଣରେ ଲୋକମାନଙ୍କୁ ଯେତେ ସଚେତନ କଲେ ମଧ୍ୟ , ସେମାନେ ଆଇନକୁ ହାତକୁ ନେବା ଭଳି ବାରମ୍ବାର କରିଚାଲୁଛନ୍ତି । ପ୍ରତିଦିନ କେଉଁଠି ନା କେଉଁଠି ଲୋକମାନେ ସଦସର୍ବଦା ଆଇନ୍‌କୁ ହାତ ନେଉଛନ୍ତି । ଏବଂ ଯାହାର ପରିଣତି ହେଉଛି, କାହାର ମୃତ୍ୟୁ କିମ୍ବା ଆହତ ହେଉଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.