ରାସ୍ତା କଡ଼ରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, କାମ କରିବାକୁ ଯାଇ ଆଉ ଫେରିନଥିଲେ
20/05/2022 at 11:35 AM

ନବରଙ୍ଗପୁର ୨୦।୦୫ : ନବରଙ୍ଗପୁର ସହର ସେଣ୍ଟ୍ରାଲ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଠାବ ହୋଇଛି । ମୃତ ବ୍ୟକ୍ତି ଜଣକ ନବରଙ୍ଗପୁର ସହର ଅନ୍ତର୍ଗତ ଭାଟିଶାଳ ଗୁଡା ସାହିର ସାହେବ ଶେଖ ବୋଲି ଜଣାପଡ଼ିଛି । ମୃତ ବ୍ୟକ୍ତି ଙ୍କ ପରିବାର ଲୋକେ ଶବ ନିକଟରେ ପହଞ୍ଚି ଏହା ତାଙ୍କ ସମ୍ପର୍କୀୟ ବୋଲି କହିଛନ୍ତି । ତେବେ ପରିବାର ତରଫରୁ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି ।
ଖବର ଅନୁଯାୟୀ, ମୃତ ସାହେବ ଶେଖ ଜଣେ ଦିନ ମଜୁରିଆ ଓ ମିସ୍ତ୍ରୀ କାମ କରୁଥିବାରୁ ସବୁ ଦିନ ଭଳି ଘରରୁ ଖାଇ ମଜୁରୀ କାମ ଲାଗି ବାହାରି ଥିଲେ । ତେବେ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ତରଫରୁ ତାଙ୍କ ମୋବାଇଲ କୁ ବାରମ୍ବାର ଯୋଗାଯୋଗ କରିଲେ ମଧ୍ୟ ସେ ଫୋନ ରିସିଭ କରିନଥିଲେ । ସେ କେଉଁଠି କୁ ମଜୁରୀ କାମ ପାଇଁ ଯାଉଛନ୍ତି ତାହା ବି ପରିବାର ଲୋକ ଜାଣି ନଥିଲେ । ରାତି ସାରା ସେ ଘରକୁ ଫେରିନଥିବା ବେଳେ ଆଜି ତାଙ୍କ ମୃତ ଦେହ ସେଣ୍ଟ୍ରାଲ ସ୍କୁଲ ଯିବା ରାସ୍ତା ପାର୍ଶ୍ୱ ରେ ଠାବ ହୋଇଛି । ପରିବାର ତରଫରୁ ହତ୍ୟା ଅଭିଯୋଗ ହୋଇଛି । ତାଙ୍କ ର କାହା ସହିତ କୌଣସି ଶତ୍ରୁତା ନ ଥିବା କୁହାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।