ମା' ସାଜିଲା ହତ୍ୟାକାରୀ : ୨ ମାସର ଶିଶୁକୁ ତଣ୍ଟି ଚିପି ମାରିଦେଲା, ପରେ ଅଖାରେ ବାନ୍ଧି କୂଅରେ ଦେଲା ଫିଙ୍ଗି

Published By : Prameya-News7 Bureau | January 03, 2022 IST

ମାର୍ଶାଘାଇ ୦୩।୦୧ : ଜନ୍ମଦାତ୍ରୀ ସାଜିଲା ହତ୍ୟାକାରୀ । ଜନ୍ମ କଲା ମାଆ ମାରିଦେଲା ଦୁଇ ମାସର ନିଷ୍ପାପ ଶିଶକୁ । ମାରିବା ପରେ ଶିଶୁକୁ ଘର ନିକଟ କୂଅରେ ପକାଇଦେଇଥିଲା ମାଆ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।କେନ୍ଦ୍ରାପଡ଼ା ଜିଲ୍ଲା  ମାର୍ଶାଘାଇ ଥାନା କାନପୁର ଗାଁରେ ଅମାନବୀୟ ଘଟଣା ।

ଖବର ଅନୁଯାୟୀ,  ମାର୍ଶାଘାଇ ଥାନା କାନପୁର ଗାଁର ସତ୍ୟ ରଞ୍ଜନ ପରିଡାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପରିଡା ନିଜ ଜନ୍ମିତ ପୁଅକୁ ରବିବାର ବିଳମ୍ବିତ ରାତିରେ ତଣ୍ଟି ଚିପି ମାରି ଦେଇଥିଲେ । ଏହାପରେ ଏକ ଅଖାରେ ପୁରାଇ ଘର ନିକଟ ଏକ ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲେ । ପରିବାର ଲୋକେ ପୁଅକୁ ଖୋଜାଖୋଜି କରିବା ପରେ ଘଟଣା ଘଟାଇଥିବା ମାଆ ପରିବାର ଲୋକଙ୍କ ଆଗରେ ନିଜେ ମାରି ଦେଇଥିବା ପ୍ରକାଶ କରିଥିଲା । ଏନେଇ ଅଭିଯୋଗ ପାଇବା ପରେ ମାର୍ଶାଘାଇ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ କୂଅ ଭିତରୁ ମୃତ ଶିଶୁ ପୁତ୍ରର ଶବକୁ ଉଦ୍ଧାର କରିଛି । ପୋଲିସ ଲକ୍ଷ୍ମୀପ୍ରିୟା ଏବଂ ତାଙ୍କ ସ୍ଵାମୀ ସତ୍ୟ ରଞ୍ଜନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.