ସ୍ୱାମୀର ଶାବଳ ମାଡରେ ସ୍ତ୍ରୀ ମୃତ, କାରଣ ଅସ୍ପଷ୍ଟ
15/03/2023 at 11:03 AM

ମାର୍ଶାଘାଇ ୧୫।୦୩ : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ମଙ୍ଗରାଜପୁର ଗାଁରେ ଅଭାବନୀୟ ଘଟଣା । ସ୍ୱାମୀର ଶାବଳ ମାଡ଼ରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି ।ମୃତକଙ୍କ ନାମ କମଳା ଓଝା ବୋଲି ଜଣାପଡିଛି।
ଖବର ଅନୁଯାୟୀ, କୌଣସି କାମରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ଏକ ଶାବଳରେ ସ୍ତ୍ରୀକୁ ହତ୍ୟା କରିଛି । ତେବେ ଏବେ ଯାଏଁ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଗ୍ରାମବାସୀ ଅଟକ ରଖିଛନ୍ତି । ପୋଲିସ ଘଟଣାର ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଗ୍ରାମାବାସୀ କହିଛନ୍ତି ।
Related Posts
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ
30 March 2023
ଚାଲାଣ ବେଳେ ଅଫିମ ଚୋପା ବୋଝେଇ ଭ୍ୟାନ୍ ଜବତ; ଜଣେ ଗିରଫ
30 March 2023