ଡିଜିପିଙ୍କ ଗସ୍ତ ପୂର୍ବରୁ ନକ୍ସଲଙ୍କ ହିଂସାକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

Published By : Prameya-News7 Bureau | December 14, 2020 IST

ମାଲକାନଗିରି ୧୪।୧୨:  ପୁଣି ରକ୍ତମୁଖା ହେଲା ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଛନ୍ତି ନକ୍ସଲ । ମୃତ ଯୁବକଙ୍କ ନାମ କ୍ରିଷ୍ନା ବୋଲି ଜଣାପଡିଛି । ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ ।

ଖବର ଅନୁଯାୟୀ, ପୋଲିସ ଡିଜି ଶ୍ରୀ ଅଭୟ ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଗସ୍ତ କରିବାରେ କାର୍ଯ୍ୟକ୍ରମ ରହିଛି । ଗତକାଲି ଦୁଇ ଜଣ କୁଖ୍ୟାତ ମାଓବାଦୀଙ୍କୁ ଯବାନ ମାନେ ନିହତ କରିବା ପରେ ମନବଳ ବଢାଇବା ଲାଗି ଆଜି ହନ୍ତାଳଗୁଡା ବିଏସଏଫ କ୍ୟାମ୍ପ ଗସ୍ତ କରିବେ ପୋଲିସ ଡିଜି । କିନ୍ତୁ ଏହା ପୂର୍ବରୁ ଆନ୍ଧ୍ର ଓଡିଶା ସିମାନ୍ତ ବିଶାଖାପାଟଣା ଜିଲ୍ଲାର ଭାକାପାଲି ଗାଁରେ ନକ୍ସଲ ମାନେ ହିଂସା କାଣ୍ଡ ଘଟାଇଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ  କ୍ରିଷ୍ନା ନାମକ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ଘଟଣା ସ୍ଥଳରେ କିଛି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ପୋଲିସ ସହ ସମ୍ପର୍କ ରଖିଲେ ସେମାନଙ୍କୁ ଏପରି ମୃତ୍ୟୁ ଦଣ୍ଡ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.