ଭୁଲିଗଲା ସ୍ନେହ, ବାପାକୁ ବିଭତ୍ସ ଭାବେ ହତ୍ୟା କଲା ପୁଅ

Published By : Prameya-News7 Bureau | January 04, 2023 IST

କରଞ୍ଜିଆ ୦୪।୦୧ : ଦିନେ ଯାହା ହାତ ଧରି ବାଟ ଚାଲିବା ଶିଖିଥିଲା ପୁଅ । ଆଜି ସେହି ବାପାକୁ ମାରିବା ପାଇଁ ବି ପଛାଲାନି । ବାପାକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି ପୁଅ । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ପଳସାଗାଡିଆ ଗାଁରୁ ଆସିଛି ଏପରି ଘଟଣା ।

ଖବର ଅନୁଯାୟୀ, କୌଣସି କାରଣ ଲାଗି ବାପ-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହାପରେ ପୁଅ ରାଗି ଯାଇ ଏକ କୋଦଳରେ ବାପାକୁ ଚୋଟେ ଦେଇଥିଲେ । ଯେଉଁଥିର ବାପାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ତେବେ ଏବେ ଯାଏଁ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଅଭିଯୁକ୍ତ ପୁଅ ଇଶ୍ୱର ଗୁଇଆକୁ ଥାନାରେ ଅଟକ ରଖିଛି ପୋଲିସ । କିଭଳି ଏବଂ କେଉଁ ପରିସ୍ଥିତିରେ ହତ୍ୟା କଲା । ସେନେଇ ଖୋଳତାଡ଼ ଜାରି ରଖିଛି ପୋଲିସ । ତେବେ ସାଇଣ୍ଟିଫିକ୍ ଟିମ୍ ଆସିଲା ପରେ ଅଧିକ ତଦନ୍ତ ହେବ ବୋଲି ଯଶୀପୁର ଥାନା ଅଧିକାରୀଙ୍କ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.