Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ସଂପର୍କରେ ପଡିଲା ଫାଟ, ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ

10/10/2021 at 8:48 AM

ଖୋର୍ଦ୍ଧା ୧୦।୧୦: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ପତିତପାବନ  ଛକ ନିକଟରେ ଅଭାବନୀୟ ଘଟଣା । ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ । ମୃତକ ଇନ୍ଦିରା ପ୍ରିୟଦର୍ଶନୀ ମହାନ୍ତି । ଘଟଣାସ୍ଥଳରୁ ହତ୍ୟାକାରୀ ସ୍ୱାମୀ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଖୋର୍ଦ୍ଧା ଗୁରୁଜଙ୍ଗର ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି ୧୭ ବର୍ଷ ପୂର୍ବେ କାର୍ତ୍ତିକ ପ୍ରଧାନଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ କାର୍ତ୍ତିକ ଓ ଇନ୍ଦିରାଙ୍କ ମଧ୍ୟରେ ପାରିବାରିକ କଳହ  ଲାଗି ରହୁଥିଲା। ତେଣୁ କିଛି ଦିନ ତଳେ ଇନ୍ଦିରା ଆସି ତାଙ୍କ ବାପ ଘରେ ରହୁଥିଲେ। କୌଣସି କାରଣରୁ ଶନିବାର ରାତିରେ କାର୍ତ୍ତିକ ଓ ଇନ୍ଦିରାଙ୍କର ପୁଣି ଥରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କାର୍ତ୍ତିକ ତାଙ୍କ ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିଛି। ଘଟଣାସ୍ଥଳରୁ ଅଭିଯୁକ୍ତ କାର୍ତ୍ତିକ ଫେରାର ହୋଇଯାଇଛି।

ସେପଟେ ପରିବାର ପକ୍ଷରୁ ଅଭିଯୋଗ ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଅଧିକ ତଦନ୍ତ କରୁଛି।

   Related Posts