scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଥରରେ ଛେଚି ମହିଳାଙ୍କୁ ବିଭତ୍ସ ହତ୍ୟା ! ରାସ୍ତାକଡ଼ରୁ ମିଳିଲା ମୃତଦେହ

16/03/2022 at 9:25 AM

ଖଲ୍ଲିକୋଟ ୧୬।୦୩ : ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଠାବ । ଏବେ ଯାଏଁ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ପଥରରେ ଛେଚି ମହିଳାଙ୍କୁ ହତ୍ୟା କରାଯାଇଥିବା ସୂଚନା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ଗଞ୍ଜାମ ଜିଲ୍ଲା ବଡ଼ ଘାଟିରୁ ଖଲ୍ଲିକୋଟକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଜଣେ ଅଜଣା ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ତୁରନ୍ତ ଏସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇବା ପରେ ଖଲ୍ଲିକୋଟ ଥାନା ଅଧିକାରୀ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଥାନା ଏସଆଇ ଦେବାଶିଷ ମିଶ୍ର, ହିମାନଶୁଂ ଶେଖର ପାତ୍ର ଓ ଭେଜିପୁଟ ଫାଣ୍ତି ଅଧିକାରୀ ପି ସ୍ବରୁପ କିଶାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ତେବେ କେହି ଦୁର୍ବୃତ୍ତ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।   

   Related Posts