ବାପାକୁ ହାଣିଲେ ଦୁଇ ପୁଅ ଓ ମାଆ, ପାରିବାରିକ କଳହରୁ ହତ୍ୟାକାଣ୍ଡ !

Published By : Prameya-News7 Bureau | November 09, 2022 IST

ଖଲ୍ଲିକୋଟ ୦୯।୧୧ : ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ବାପାକୁ ହାଣିଲେ ଦୁଇ ପୁଅ ଏବଂ ମାଆ । ମୃତ ବ୍ୟକ୍ତିଙ୍କ ନାମ ସୂର୍ଯ୍ୟ ପାହାନ ବୋଲି ଜଣାପଡିଛି । ଏଠି ସ୍ତ୍ରୀ ସାଜିଲା ସ୍ୱାମୀର ହତ୍ୟାକାରୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୋଟାଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ,  ମଙ୍ଗଳବାର ରାତି ସାଢ଼େ ୧୦ଟାରେ ତୋଟାଗାଁ ଶ୍ମଶାନ ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଜାଣିଥିଲା ପୋଲିସ ।  କୌଣସି ସୁତ୍ରରୁ ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିଥିଲା । ଏହାପରେ ସନ୍ଦେହ ଦୁଇ ପୁଅ ଏବଂ ସ୍ତ୍ରୀକୁ ଅଟକ ରଖିଛି ପୋଲିସ  । ଘଟଣାସ୍ଥଳରେ ପୋଲିସ ଏବଂ  ସାଇଣ୍ଟିଫ୍କ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ  ପୂର୍ବରୁ ସ୍ଵାମୀ  ଦୁଇ ପୁଅ ଏବଂ ସ୍ତ୍ରୀକୁ ୧୫ବର୍ଷ ହେଲା ଅତ୍ୟାଚାର କରୁଥଲା । ସେହି କାରଣକୁ ନେଇ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.