ପାରିବାରିକ କଳହ ସାଜିଲା କାଳ, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

Published By : Prameya-News7 Bureau | May 15, 2021 IST

କଣ୍ଟାବାଞ୍ଜି ୧୫।୦୫: ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ବଙ୍ଗୋମୁଣ୍ଡା ସତନାମୀ ପଡାରେ ଘଟିଛି ହତ୍ୟାକାଣ୍ଡି ।  ପାରିବାହିକ କଲହ ଯୋଗୁଁ ହତ୍ୟାକାଣ୍ଡ ହୋଇଥିବା ସୁଚନା ମିଳିଛି  । ମୃତକ  ପୁଷ୍ପଲତା ସତନାମୀ ।  ବଙ୍ଗୋମୁଣ୍ଡା ପୋଲିସର ତଦନ୍ତ ଆରମ୍ଭ ।

{"id":452689,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ୧୦ ବର୍ଷ ହେବ ପୁଷ୍ପାଞ୍ଜଳିଙ୍କ ସହ ବଙ୍ଗୋମୁଣ୍ଡା  ସତନାମୀପଡାର କୈଲାସ ସତନାମୀଙ୍କ ସହ ବିବାହ ହୋଇଥିଲା । କୈଲାସ ସତନାମୀ ଅଧିକାଂଶ  ସମୟରେ ମଦ ପିଇ ସ୍ତ୍ରୀ ସହ ଗଣ୍ଡଗୋଳ କରିଥାନ୍ତି । କୈଲାସ ତାର ସ୍ତ୍ରୀ ପୁଷ୍ପାଞ୍ଜଳିକୁ ମାରପିଟ ମଧ୍ୟ କରୁଥିଲା । ତେବେ ବିଳମ୍ବିତ ରାତିରେ କୌଣସି କାରଣରୁ କୈଲାସ ପୁଷ୍ପାଞ୍ଜଲିକୁ ମାଡ ମାରିବା ସହ ତାର ତଣ୍ଟି ଚିପି ହତ୍ୟାକରିଥିବା ଖବର ପାଇ ପୁଷ୍ପାଞ୍ଜଳିଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ବଙ୍ଗୋମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.