ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ, ମାଙ୍କୁ ହତ୍ୟା କରି ପୁଅ ଫେରାର !

Published By : Prameya-News7 Bureau | September 14, 2022 IST

କନ୍ଧମାଳ ୧୪।୦୯ : ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ସଙ୍କରାଖୋଲ ଗାଁରେ ଘଟିଛି ଏଭଳି ଘଟଣା । ମୃତକ ୭୦ ବର୍ଷୀୟ ଲକ୍ଷ୍ମୀ ନାରାୟଣ ନାୟକ ବୋଲି ଜଣାପଡିଛି ।ଟିକାବାଲି ପୋଲିସ ଘଟଣାସ୍ଥଳର ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।  

ଖବର ଅନୁଯାୟୀ, ମୃତକଙ୍କ ପରିବାର ଲୋକେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ କିଛି ସ୍ପଷ୍ଟ ଭାବେ କହିନାହାନ୍ତି । କିନ୍ତୁ ବୃଦ୍ଧାଙ୍କ ପୁଅ ଜଣ ମାନସିକ ବିକାରଗ୍ରସ୍ତ ରୋଗୀ । ମଙ୍ଗଳବାର ସଂଧ୍ୟାରେ ମା ଓ ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ସେଥିରେ ଉତ୍ୟକ୍ତ ହୋଇ ମାକୁ ମାରି ପୁଅ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି ।

ସେପଟେ ଟିକାବାଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏପିରିକି ଫେରାର ଥିବା ପୁଅକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.