ସ୍ୱାମୀର ଜଘନ୍ୟ କାଣ୍ଡ, ସ୍ତ୍ରୀକୁ ପିଟି ପିଟି ହତ୍ୟା ପରେ ଭାଇ ସହ ମିଶି ପୋତୁଥିଲା
18/02/2023 at 11:47 AM

କାମାକ୍ଷାନଗର ୧୮।୦୨ : ପାରିବାରିକ କଳହର କରୁଣ ପରିଣତି । ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ହତ୍ୟା ପରେ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲରୁ ପୋଡିବାକୁ ନେଉଥିଲେ । ଏହି ସମୟରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।
ଖବର ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପାଳସ ଗାଁରେ ଏଖ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ସ୍ୱାମୀ ଅଷ୍ଟମ ଖଟୁଆ ଠେଙ୍ଗାରେ ପିଟି ପିଟି ସ୍ତ୍ରୀ ମମତା ଖଟୁଆକୁ ହତ୍ୟା କରିଛି । ଏହି ହତ୍ୟା ପରେ ବଡ଼ ଭାଇ ଶିବ ଖଟୁଆଙ୍କ ସହ ମିଶି ସ୍ତ୍ରୀର ମୃତଦେହକୁ ଘର ପଛ ପାଖ ଜଙ୍ଗଲରେ ପୋତିବାକୁ ନେଉଥିଲେ । ଏହି ସମୟରେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହା ସହ ଅଭିଯୁକ୍ତ ସ୍ୱାମୀ ଅଷ୍ଟମ ଖଟୁଆ ଓ ବଡ଼ ଭାଇ ଶିବ ଖଟୁଆକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ |