ରାସ୍ତାକଡ଼ ଗଛରେ ଝୁଲୁଛି ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
22/03/2023 at 8:39 AM

ଜୟପୁର ୨୨।୦୩ : ଗଛରେ ଝୁଲୁଛି ମୃତଦେହ । ଏବେ ଯାଏଁ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଜୟପୁର ପଞ୍ଚାନନ ମନ୍ଦିର ଠାରୁ ଜୟନଗର ଯିବା ରାସ୍ତା କଡର ଏକ ଗଛରେ ଝୁଲୁଛି ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲା । ପୋଲିସ ଘଟଣାସ୍ଥଳରେ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ମୃତ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି କି କେହି ହତ୍ୟା ପରେ ତାଙ୍କୁ ଟାଙ୍ଗି ଦେଇଛି ତାହା ଏବେବି ଅସ୍ପଷ୍ଟ ।
Related Posts
ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29 May 2023