ହତ୍ୟା କରି ଫିଙ୍ଗିଦେଲେ ! ଖାଲରୁ ମିଳିଲା ଯୁବକଙ୍କ ମୃତଦେହ

Published By : Prameya-News7 Bureau | October 30, 2022 IST

ଜଳେଶ୍ୱର ୩୦।୧୦ : ଏକ ଖାଲରୁ ଯୁବକଙ୍କ ମୃତଦେହ ଠାବ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜପୁର ବସ୍ତିରୁ ଠାବ ହୋଇଛି ମୃତଦେହ । ହତ୍ୟା ସନ୍ଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରାଜପୁର ବସ୍ତିର ଏକ ଖାଲରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ମୃତ ଯୁବକ ଜଣଙ୍କ ହେଲେ ରାଜପୁର ଅଞ୍ଚଳର ବଜେନ୍ଦ୍ର ଘଡାଇଙ୍କର ପୁଅ ଚନ୍ଦନ ଘଡ଼ାଇ । ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆଉ କିଛି । ତାହାର ଗୁମର ଫିଟିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.