ସାମାନ୍ୟ ଥଟ୍ଟାମଜାରୁ ହତ୍ୟା, ଚାଲିଗଲା ଭଗବତଙ୍କ ଜୀବନ

Published By : Prameya-News7 Bureau | August 22, 2021 IST

ବ୍ରହ୍ମପୁର ୨୨।୦୮: ସାମାନ୍ୟ ଥଟାମଜାରୁ ବଢିଗଲା ବିବାଦ । ଆଉ ହୋଇଗଲା ରକ୍ତପାତ । ଚାଲିଗଲା ଜଣଙ୍କ ଜୀବନ । ମୃତକ ଭଗବତ ନାୟକ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବନରାମଚନ୍ଦ୍ରପୁର ଗାଁର ଘଟିଛି ଘଟଣା ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ବନରାମଚନ୍ଦ୍ରପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି । ସାମାନ୍ୟ ଥଟ୍ଟାମଜାରୁ  ଏହି ହତ୍ୟାକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି ।  ମୃତକ ଜଣକ ଭଗବତ ନାୟକ ବୋଲି ଜଣାପଡିଛି । ହତ୍ୟା ସଂପର୍କରେ ଖବର ପାଇ ପୋଲସରା ଥାନା ପୋଲିସ ପହଁଚି ଘଟଣାର ତଦନ୍ତ ଛାନ୍‌ଭିନ୍‌ ଜାରି ରଖିଛି ।  ଏଥିସହ ଏକ ହତ୍ୟା ମାମଲା ରୁଜୁ କରିଥିବା ଜଣାପଡିଥିବା ବେଳେ ହତ୍ଯାକାରୀ ଫେରାର ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.