ନିଶାଡ଼ି ବାପାର ଉନ୍ମତ୍ତକାଣ୍ଡ, ଝିଅକୁ କଚାଡି ମାରିଦେଲା
16/01/2023 at 12:49 PM

ଦେବଗଡ଼ ୧୬।୦୧ : ମଦ୍ୟପ ବାପାର ଉନ୍ମତ୍ତକାଣ୍ଡ । ଝିଅକୁ କଚାଡି ମାରିଲା ବାପା । ଦେବଗଡ଼ ଜିଲ୍ଲା ନବଗଠିତ ଲଇମୁରା ଥାନା ଲମ୍ବଡୁରା ଗାଁରେ ଘଟିଛି ଘଟଣା । ଅଭିଯୁକ୍ତ ମଦ୍ୟପ ବାପା ବିଜୁ କିଶାନ ପୋଲିସ ଦ୍ୱାରା ଅଟକ ।
ଖବର ଅନୁଯାୟୀ, ମକର ସଂକ୍ରାନ୍ତି ଦିନ ମଦ ପିଇ ଗଣ୍ଡଗୋଳ କରିବାରୁ ବିଜୁଙ୍କ ସ୍ତ୍ରୀ ଘର ଛାଡି ବାପା ଘରକୁ ଯାଇଥିଲେ । ସେ ନିଜର ଦୁଇ ବର୍ଷର ଶିଶୁ କନ୍ୟାକୁ ସେଠାରେ ଛାଡି ଦେଇ ଚାଲିଯାଇଥିଲେ । ସୋମବାର ସକାଳୁ ବିଜୁ ମଦ ପିଇ ଆସି କୌଣସି କାରଣରୁ ଛୋଟ ଶିଶୁ କନ୍ୟାକୁ କଚାଡି ଦେଇଥିଲା।
ତେବେ ପାଖ ପଡୋଶୀ ସଙ୍ଗେ ସଙ୍ଗେ ଶିଶୁକୁ ନିକଟରେ ଥିବା ଲଇମୁରା ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଲଇମୁରା ପୋଲିସ ଅଭିଯୁକ୍ତ ବାପା ବିଜୁ କିଶାନକୁ ଅଟକ ରଖି ପଚରା ଉଚୁରା କରୁଛନ୍ତି ।
Related Posts
ନବ ଦାସ ହତ୍ୟା ମାମଲା, ବଡ଼ମାଳ ଥାନାରେ ପୁଣି କ୍ରାଇମବ୍ରାଞ୍ଚ ଟିମ୍
2 February 2023
ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ, ଅରୁଣ ମେହେରଙ୍କୁ ମିଳିଲା ପାପକ୍ଷୟ ସମ୍ମାନ
2 February 2023