ମା ଓ ଶିଶୁ ପୁତ୍ରର ମୃତଦେହ ମିଳିବା ଘଟଣା, ମୃତ ଶିଳ୍ପୀଙ୍କ ସ୍ୱାମୀଙ୍କୁ ବାନ୍ଧିଲା ପୋଲିସ
17/01/2023 at 9:04 AM

କଟକ ୧୭।୦୧ : କଟକ ଶ୍ରୀରାମ ନଗରରେ ବନ୍ଦ ଘରୁ ସାବତ ମା ଓ ଶିଶୁ ପୁତ୍ରର ମୃତ ଦେହ ମିଳିବା ଘଟଣା । ମୃତ ଶିଳ୍ପୀଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିଛି ପୋଲିସ । ଶିଳ୍ପୀଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ।
ଖବର ଅନୁଯାୟୀ, ମଧୁପାଟଣା ଥାନା ଶ୍ରୀରାମ ନଗରରେ ଶିଶୁ ପୁତ୍ରକୁ ହତ୍ୟା କରାଯାଇଥିବା ବେଳେ ,ଶିଶୁର ସାଵତ ମାଆର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ମୃତ ମହିଳା ଶିଳ୍ପୀ ଖୁଣ୍ଟିଆଙ୍କ ଵାପଘର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଵୋଲି ଅଭିଯୋଗ କରିଥିଲେ । ପୁଣି ପୋଲିସ ସହାୟତାରେ ସାଇଣ୍ଟିଫିକ୍ ଓ ଫରେନସିକ୍ ପ୍ରମାଣ ନଷ୍ଟ କରିଵାର ଷଡଯନ୍ତ୍ର ହେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ତେବେ ମୃତ ମହିଳା ଶିଳ୍ପୀଙ୍କ କିଛି ସୋସିଆଲ୍ ମିଡିଆ ପୋଷ୍ଟ୍ ଚର୍ଚ୍ଚାକୁ ଆସିଥିଲା ଯାହା ସନ୍ଦେହ ବଢାଇଥିଲା । ଶିଳ୍ପୀ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କ ସ୍ୱାମୀ ସନ୍ତୋଷ ଓ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଶିଳ୍ପୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମାନସିକ ଓ ଶାରିରୀକ ନିର୍ଯାତନା ସହିବାର ସୀମା ଟପିଯାଇଥିଲା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଆଉ ଏବେ ଶିଳ୍ପୀଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ ।