ବଲାଙ୍ଗୀରରେ ଯୁବକଙ୍କୁ ହତ୍ୟା, କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | September 11, 2022 IST

ବଲାଙ୍ଗୀର ୧୧।୦୯ : ବଲାଙ୍ଗୀରରେ ଥମୁନି ଅପରାଧ । ବଲାଙ୍ଗୀର ସହର ନିକଟ ଖୁଜେଲପାଲି ଗାଁରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ ସୁରେଶ ଭୋଇ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୁରେଶ ଖୁଜେନପାଲିରେ ଏକାକୀ ରହୁଥିଲେ ସୁରେଶ । ତାଙ୍କର ଦୁଇ ଜଣ ସ୍ତ୍ରୀ ଥିବା ବେଳେ ଜଣେ ବେହେରାପାଲି ଓ ଜଣେ ଖର୍ଲିକାନୀରେ ରହୁଛନ୍ତି । ସୁରେଶ ମଦ ପାଇ ବିଭିନ୍ନ ସମୟରେ ଲୋକଙ୍କୁ ଗାଳିଗୁଳଜ କରିବା ସହ ଝଗଡ଼ା କରନ୍ତି ।ତେବେ ନିଶାଶସ୍ତ ଅବସ୍ଥାରେ ସୁରେଶଙ୍କ କାହା ସହ ଝଗଡ଼ା ପରେ ହତ୍ୟା କରାଯାଇଥିବା ସୂଚନା । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଏପିରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.