ନୃସଂଶ ହେଲା ସାତଜନ୍ମର ସାଥୀ, ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

Published By : Prameya-News7 Bureau | January 03, 2023 IST

ଭୁବନେଶ୍ବର ୦୩।୦୧ : ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ ।  ମୃତକ ହେଲେ ସୁନିମୁଳି ସିଂହ ବୋଲି ଜଣାପଡିଛି । ସ୍ୱାମୀକୁ ଥାନାରେ ଅଟକ ରଖିଛି ପୋଲିସ ।

ଖବର ଅନୁଯାୟୀ, ଉଭୟ ସ୍ୱାମୀ-ସ୍ତ୍ରୀ ଶ୍ରମିକ ଭାବେ କାମ କରୁଥିଲେ । ନୟାପଲ୍ଲୀ ଅଞ୍ଚଳରେ ଦୀର୍ଘ କିଛି ଦିନ ହେବ ରହିଆସୁଥିଲେ । ସୋମବାର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାପରେ ସ୍ୱାମୀ ରାଗିଯାଇ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅନୁମାନ କରାଯାଉଛି ।

ସେପଟେ ଘର ଭିତରେ ପାଟିତୁଣ୍ଡ ଶୁଣି ପଡୋଶୀ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁନିମୁଳିଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ବାମୀ ମହେଶ୍ବରକୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ । ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ପ୍ରାୟତଃ ପାରିବାରିକ କଳକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.