AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ନଣ୍ଡାକୁ ମାରିଦେଲେ କାଳିଆ ଓ ପାନ୍‌, ତ୍ରିକୋଣୀୟ ପ୍ରେମରୁ ହତ୍ୟା !

31/12/2022 at 1:52 PM

ଭୁବନେଶ୍ୱର ୩୧।୧୨ : ନନ୍ଦନକାନନ ଥାନା ନଣ୍ଡା ହତ୍ୟା ଘଟଣାର ପର୍ଦ୍ଦାଫାଶ । ଘଟଣାରେ ତଦନ୍ତ କରି କଟକ ମଙ୍ଗୁଳି ଅଞ୍ଚଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ନନ୍ଦନକାନନ ପୋଲିସ । ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ହୋଇଥିବା ସୂଚନା ।

ଖବର ଅନୁଯାୟୀ, ନନ୍ଦନକାନନ ଥାନା ଅଞ୍ଚଳରେ ନଣ୍ଡା, କାଳିଆ ଓ ପାନ ସିଂ ଜରି ଗୋଟାଳି ଭାବରେ କାମ କରି ଚଳନ୍ତି। ୩ ଜଣ ବନ୍ଧୁଙ୍କ ମଧ୍ୟ ସମ୍ପର୍କ ଠିକ୍ ଠାକ ଚାଲିଥିଲା ବେଳେ ବନ୍ଧୁତାରେ କଣ୍ଟା ସାଜିଲା ପ୍ରେମିକ। ପ୍ରେମିକା ସହ ଯୌନ ସମ୍ପର୍କକୁ ନେଇ ବନ୍ଧୁତାରେ ପଡିଲା ରକ୍ତ ଛିଟା।

ଗତ ୨୫ ତାରିଖରେ ବାରଙ୍ଗ ଷ୍ଟେସନ୍ ନିକଟ​‌ରେ ଏକ ଅର୍ଦ୍ଧ ନିର୍ମିତ ଘରେ ମହିଳାଙ୍କ ସହିତ ଶାରୀରକ ସମ୍ପର୍କରୁ ନେଇ ହୋଇଥିଲା ବଚସା। ତିନି ବନ୍ଧୁଙ୍କ ଝଗଡ଼ାରେ ବଳିପଡିଗଲା ନଣ୍ଡା ମୁଣ୍ଡ । କାଳିଆ ଓ ପାନ ସିଂ ପଥରରେ ଛେଚି ଛେଚି ହତ୍ୟା କରିଥିଲେ।

ନଣ୍ଡାର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିବା ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲା । ପରେ ଏହି ଘଟଣାର ତଦନ୍ତ କରି କଟକ ମଙ୍ଗୁଳି ଅଞ୍ଚଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

   Related Posts