ଇନ୍‌ଫୋସିଟି ଥାନା ନିକଟରୁ ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | May 19, 2022 IST

ବାରଙ୍ଗ ୧୯।୦୫ : ଥାନା ନିକଟରୁ ମୃତଦେହ ଠାବ । ଭୁବନେଶ୍ୱର ଇନ୍‌ଫୋସିଟି ଥାନା ନିକଟରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକଙ୍କ ବୟସ ପାଖାପାଖି ୨୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଇନ୍‌ଫୋସିଟି ଥାନା ନିକଟରୁ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ମୃତ ଯୁବକଙ୍କ ହତ୍ୟା କରାଯାଇ ଏଠାରେ ଫିଙ୍ଗାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତକଙ୍କ ଘର ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ହୋଇଥିବା ବେଳେ ସେ ନିକଟରେ ଥିବା ଏକ କମ୍ପ୍ୟୁଟର ସଂସ୍ଥାରେ କାମ କରୁଥିଲେ ।

ତେବେ ମୃତ୍ୟୁର ପଛର କାରଣ କଣ । ଯଦି ହତ୍ୟା କରାଯାଇଛି, ତେବେ କିଏ ଓ କାହିଁକି ହତ୍ୟା କରିଛି । ସେନେଇ ପୋଲିସ ତଦନ୍ତ ପରେ ହିଁ ପୁରା ସ୍ପଷ୍ଟ ହେବ । ଏପିରିକି ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.