ରାଜଧାନୀରେ ପୁଣି ରକ୍ତ ଛିଟା : ଏଟିଏମ୍‌ ନିକଟରେ ପଡିଛି ସ୍ୱାମୀଙ୍କ ମୃତଦେହ, ସ୍ତ୍ରୀ ଗୁରୁତର

Published By : Prameya-News7 Bureau | April 11, 2022 IST

ଭୁବନେଶ୍ୱର ୧୧।୦୪: ରାଜଧାନୀରେ ବିଭତ୍ସ ହତ୍ୟା । ଭୁବନେଶ୍ୱର ରାଜରାସ୍ତାରେ ପଡିଲା ରକ୍ତର ଛିଟା । କ୍ଷତବିକ୍ଷତ ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଭୁବନେଶ୍ୱର ଲୋୟର ପିଏମ୍‌ଜି ଛକ ନିକଟରେ ଥିବା ଏକ ଏଟିଏମ୍‌ ସାମ୍ନାରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା ।ସ୍ୱମୀଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ବେଳେ ପତ୍ନୀ ଗୁରୁତର ଅବସ୍ଥାରେ ପଡ଼ିଥିଲେ ।  ଏନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ ଏବେ ଯାଏଁ ହତ୍ୟାକାଣ୍ଡ କାରଣ ଅସ୍ପଷ୍ଟ ରହିଛି । ତେବେ କିଏ ଓ କାହିଁକି ଏପରି ହତ୍ୟା କାଣ୍ଡ ଭିଆଇଲା । ସେନେଇ ପୋଲିସ ଛାନ୍‌ଭିନ୍‌ କରୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.