ରାସ୍ତାକଡ଼ରେ ପଡିଛି କ୍ଷତାକ୍ତ ମୃତଦେହ, ଧାରୁଆ ଅସ୍ତ୍ରରେ ହତ୍ୟା ସନ୍ଦେହ
2/02/2023 at 11:07 AM

ଭଦ୍ରକ ୦୨।୦୨ : ରାଜପଥ କଡ଼ରେ ପଡିଛି କ୍ଷତାକ୍ତ ମୃତଦେହ । ଧାରୁଆ ମାରଣାସ୍ତ୍ରରେ ହାଣି ହତ୍ୟା ସନ୍ଦେହ । ଏବେ ଯାଏଁ ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ଭଦ୍ରକ ଜିଲ୍ଲା ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ୍ ନିକଟର ଘଟଣା ।
ଖବର ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଚରମ୍ପା ସ୍ଥିତ ଧାମରା ରେଳ ଓଭରବ୍ରିଜ୍ ନିକଟରେ ଥିବା ଏକ ଜମିରେ ମୃତଦେହ ପଡିରହିଥିଲା । ଯାହାକୁ ଦେଖି ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସେପଟେ ମୃତ ଶରୀର ପଡି ରହିଥିବା ବେଳେ ମୃତକଙ୍କ ମୁହଁରେ କ୍ଷତ ଚିହ୍ନ ଦେଖିବା ପାଇଁ ମିଳିଛି । ଏହି କ୍ଷତ ଧାରୁଆ ମାରଣାସ୍ତ୍ରର ଵୋଲି ଅନୁମାନ କରାଯାଉଛି ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023