oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ: ଗାଁ ଦାଣ୍ଡରେ ଗଡିଲା କାଳିଆଙ୍କ ମୁଣ୍ଡ, ଆଉ ଜଣେ ଗୁରୁତର

19/09/2021 at 10:48 AM

ବ୍ରହ୍ମପୁର ୧୯।୦୯: ଗଞ୍ଜାମ ଜିଲ୍ଲା କୋଦଳା ଖଦାଳ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସେପଟେ ଆକ୍ରମଣକାରୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ସାହିବାସିନ୍ଦା । ଏଥିରେ ୪ଟି ଘର ପୋଡିଥିବା ବେଳେ ୪ ଗାଡି ଭଙ୍ଗିରୁଜି ଯାଇଛି। ଘଟଣାପରେ ଲୋକେ କୋଦଳା କଚେରୀ ରୋଡରେ ରାସ୍ତା ଅବରୋଧ କରିଛନ୍ତି।

ତେବେ ପୂର୍ବ ଶତ୍ରୁତାରୁ ଗୋଟିଏ ପରିବାରର କିଛି ସଦସ୍ୟ ଅନ୍ୟ କିଛି ଲୋକଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ କାଳିଆ ନାହାକ (୪୧)ଙ୍କ ମୃତ୍ୟୁ ଘଟିଥିଲା ଏବଂ ସାଗର ନାହାକ ଗୁରୁତର ହୋଇଥିଲେ। ସାଗରଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l ଏହି ଘଟଣା ପରେ ଆକ୍ରମଣକାରୀଙ୍କ ୪ଟି ଘରକୁ ନିଆଁ ଲଗାଇ ଦେଇଛନ୍ତି ପ୍ରତିପକ୍ଷ l ୪ଟି ଗାଡି ଭଙ୍ଗାରୁଜା କରିଛନ୍ତି l ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ସହ ପାଟିତୁଣ୍ଡ ଏବଂ ଧସ୍ତାଧସ୍ତି ହୋଇଥିବା ଖବର ମିଳିଛି l ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି l ପରିସ୍ଥିତି ଉତ୍ତେଜନାମୂଳକ ରହିଥିବାରୁ ଅଧିକ ପୁଲିସ ଫୋର୍ସ ମୁତୟନ ଅଛନ୍ତି l

ଖବର ଅନୁଯାୟୀ, ଆକ୍ରମଣକାରୀଙ୍କ ପରିବାରର ପିତାଙ୍କୁ ସେହି ସାହି ବାସିନ୍ଦାଙ୍କ ଦ୍ବାରା ଦୀର୍ଘ ୧୫ ବର୍ଷ ତଳେ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିଲା। ସେହି ପରିବାରକୁ ଲୋକେ ବାସନ୍ଦ କରିଥିଲେ l ସେମାନେ ସାହି ଛାଡି ଅନ୍ୟ ସାହିରେ ରହୁଥିଲେ l ତେବେ ରବିବାର ସକାଳ ୮ଟା ସମୟରେ କାଳିଆ ନାହାକ ଏବଂ ସାଗର ନାହାକ ଆକ୍ରମଣକାରୀମାନେ ରହୁଥିବା ସାହି ଦେଇ ଯାଉଥିବା ବେଳେ ବାସନ୍ଦ ହୋଇଥିବା ପରିବାର ସଦସ୍ୟମାନେ ହଟାଠ ଆକ୍ରମଣ ଆରମ୍ଭ କରିଦେଇଥିଲେ l

   Related Posts