ପୁଅ ଭୁଲିଗଲା ସ୍ନେହ ଓ ମମତା, ନିଜ ଜନ୍ମ କଲା ମାଙ୍କୁ ପିଟି ପିଟି କଲା ହତ୍ୟା
26/03/2023 at 12:32 PM

ବରଗଡ଼ ୨୬।୦୩ : ଭୁଲିଗଲା ସ୍ନେହ ଓ ମମତା । ନିଜ ଜନ୍ମ କଲା ମାଙ୍କୁ ପିଟି ପିଟି ହତ୍ୟା କଲା ପୁଅ । ବରଗଡ଼ ଜିଲ୍ଲା ସଦର ଥାନା ପିପିଲିପାଲି ଗାଁର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଶନିବାର ରାତିରେ କୌଣସି କାରଣକୁ ନେଇ ମାଆ ଓ ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ପୁଅ ନିଜ ଜନ୍ମ କଲା ମାଆଙ୍କୁ ପିଟି ପିଟି ହତ୍ୟା କରିଛି । ମୃତ ମହିଳା ପାନ ଭୁଏ ବୋଲି ଜଣାପଡିଛି । ତେବେ ହତ୍ୟାକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ୨୦ ବର୍ଷୀୟ ପୁଅ କାର୍ତ୍ତିକ ଭୁଏକୁ ଅଟକ ରଖିଛି ପୋଲିସ । ସଦର ଥାନା ପୋଲିସ ଛାନ୍ଭିନ୍ ଜାରି ରଖିଛି ।