AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

୧୦ ଦିନ ପରେ ମିଳିଲା ମୃତଦେହ, ଜଙ୍ଗଲକୁ ଡାକି ନେଇ ମାରିଦେଲେ ପ୍ରେମିକାର ପରିବାର

6/09/2022 at 8:41 AM

ବାଲିଗୁଡ଼ା ୦୬।୦୯: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡା ଗାଁ ପୁଟୁକିପାଲି ଗାଁରେ ଅଭାବନୀୟ ଘଟଣା । ଦଶ ଦିନ ପରେ ଜଙ୍ଗଲରୁ ମିଳିଲା ନିଖୋଜ ଶୁକଦେବ ରଣାଙ୍କ ଗଳିତ ଶବ l ଗତ ୨୬ ତାରିଖ ଦିନ କଣ୍ଟାମାଳ ବ୍ଲକ ଘଣ୍ଟାପଡା ଗାଁ ଶୁକଦେବ ରଣା ନିଖୋଜ ଥିଲେ । କିନ୍ତୁ ବହୁ ଖୋଜାଖୋଜି ପରେ ମଧ୍ୟ ଶୁକଦେବଙ୍କ ସନ୍ଧାନ ମିଳିନଥିଲା । ଏନେଇ ପରିବାର ଲୋକେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଶେଷରେ ଏବେ ତଳିପଡା ଅଞ୍ଚଳରୁ ବାଲିଗୁଡା ଥାନା ପୋଲିସ କ୍ଷତବିକ୍ଷତ ଗଳିତ ଶବକୁ ଉଦ୍ଧାର କରିଛି l

ଖବର ଅନୁଯାୟୀ, ତଳିପଡ଼ା ଗାଁ ର ଜଣେ ଯୁବତୀ ବୌଦ୍ଧ ଜ଼ିଲ୍ଲା ଘଣ୍ଟାପଡା ଗାଁର ଶୁକଦେବ ରଣାଙ୍କ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା l ଗତ ୨୬ ତାରିଖ ଦିନ ଶୁକଦେବ ପ୍ରେମିକା ପାଖକୁ ଆସି ଫେରିନଥିଲା l ଶୁକଦେବଙ୍କ ଭାଇ ସୁବାଷ ହତ୍ୟା  କରାଯାଇଥିବା ସନ୍ଦେହ କରି ଥାନାରେ ହତ୍ୟା ଅଭିଯୋଗ ମଧ୍ୟ ଆଣିଥିଲେ ।

ବାଲିଗୁଡା ଥାନା ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଥିଲା । ଝିଅର ପରିବାରଙ୍କୁ ପଚରାଉଚରା ପରେ ହତ୍ୟାକାଣ୍ଡ ଘଟିଥିବା ନେଇ ସୂଚନା ପାଇଥିଲା l ଝିଅର ପରିବାର ଲୋକେ କଥା ହେବାକୁ କହି ଜଙ୍ଗଲକୁ ଡ଼ାକିନେଇ ପିଟି ପିଟି ଜୀବନରେ ମାରି ମାଟିତଳେ ପୋତି ଦେଇଥିଲେ l ଆଜି ଜଙ୍ଗଲରୁ ମାଟିତଳୁ ଗଳିତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ଏହି ମାମଲାରେ ପୋଲିସ ଦୁଃଶାସନ ମଳିକ ଗିରିଶ ମଳିକ ଲୀଳବନ୍ତ ମଳିକଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଏବଂ ତଦନ୍ତ ଜାରି ରଖିଛି l

   Related Posts