ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଚାନ୍ଦିପୁର ରୋଡ଼ରେ ଯୁବକଙ୍କୁ ନିର୍ମମ ହତ୍ୟା, ବେକ-ପିଠି-ହାତକୁ ହାଣି ପକାଇଲେ ଦୁର୍ବୃତ୍ତ

4/06/2022 at 8:38 AM

ବାଲେଶ୍ୱର ୦୪।୦୬: ପୁଣି ଅଶାନ୍ତ ବାଲେଶ୍ୱର । ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା । ବେକ, ହାତ, ପିଠିକୁ ହାଣି ପକାଇଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଚାନ୍ଦିପୁର ରୋଡ଼ ରେ ଘଟିଛି ବିଭତ୍ସ ହତ୍ୟା ।

ଖବର ଅନୁଯାୟୀ, ଏକାଧିକ ଦୁର୍ବୃତ୍ତ ସ୍ଥାନୀୟ ସୁନହଟ ଅଞ୍ଚଳର ସତ୍ୟ ଶିବ ଦାସ ନାମକ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ସତ୍ୟଶିଵ ନିଜର ଚାନ୍ଦିପୁର ମାଛ ଫାର୍ମ ରୁ ଫେରୁଥିବା ବେଳେ ଦୁର୍ବୃତ୍ତ ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ବେଳେ ସ୍ଥାନୀୟ ଲୋକ ଖବର ପାଇ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେପଟେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପାହଁଚି ପ୍ରମାଣ ଏକଜୁଟ କରିଛି । ତେବେ ଏହି ହତ୍ୟା ପଛରେ ପୂର୍ବ ଶତ୍ରୁତା ଓ ବ୍ୟବସାୟିକ ମନମାଳିନ୍ୟ ଥିବା କୁହା ଯାଉଥିବା ବେଳେ ଗତ କିଛିଦିନ ହେବ ସହରରେ ଲଗାତାର ଲୁଟ , ଛୀନ ତାଇ ଓ ମରାଣାନ୍ତକ ଆକ୍ରମଣ ପରେ ଏବେ ହତ୍ୟାକୁ ସହରର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହେଉଛି ।

   Related Posts