vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ସିକନ୍ଦରଙ୍କୁ ପିଟି ପିଟି ହତ୍ୟା, ଦୁଇ ନାବାଳକ ଅଟକ

16/05/2022 at 12:01 PM

ବଡ଼ବିଲ ୧୬।୦୫: ଯୋଡ଼ା ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣଙ୍କୁ ପିଟିପିଟି ହତ୍ୟା । ମୃତକଙ୍କ ନାମ ସିକନ୍ଦର ମହାକୁଡ଼ । ଘଟଣାରେ  ଯୋଡ଼ା ପୋଲିସ ୩ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

ଖବର ଅନୁଯାୟୀ, ସିକନ୍ଦର ମହାକୁଡ଼ ବସ୍ତିର ଜଣେ ବିଧବା ମହିଳାଙ୍କୁ ଟଣା ଓଟରା କରୁଥିବା ସମୟରେ, ମହିଳାଙ୍କ ଦୁଇ ନାବାଳକ ପୁଅ ଏହା ଦେଖିଥିଲେ । ସେମାନେ ଉତ୍ୟକ୍ତ ହୋଇ ସିକନ୍ଦରକୁ ଏକ କାଠ ଖୁଣ୍ଟରେ ବାନ୍ଧି ଠେଙ୍ଗା ଓ ପାଇପରେ ନିସ୍ତୁକ ମାଡ଼ ମାରିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ, ସିକନ୍ଦରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଟା ଷ୍ଟିଲ ମେଡିକାଲକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଯୋଡ଼ା ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

ସେପଟେ ପଚରାଉଚରା ପରେ ଜଣେ ନାବାଳକକୁ ପୋଲିସ ଛାଡି ଦେଇଥିବା ବେଳେ, ବିଧବା ମହିଳାଙ୍କ ଦୁଇ ନାବାଳକ ପୁଅଙ୍କୁ ଅଟକ ରଖିଛି ପୋଲିସ। ନାବାଳକ ୨ଜଣଙ୍କୁ ପୋଲିସ ନିକଟରେ ଦୋଷ ସ୍ୱୀକାର କରିଥିବା କୁହାଯାଉଛି ।

   Related Posts