ନାଜିମ୍‌ଙ୍କୁ ଘର ବାହାରକୁ ଡାକିଲେ, ଆସିବା ପରେ ଦୁର୍ବୃତ୍ତ କଲେ ଛୁରାମାଡ଼

Published By : Prameya-News7 Bureau | March 27, 2022 IST

ବଡ଼ବିଲ ୨୭।୦୩ : କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଛୁରା ମାଡ଼, ଏଥିରେ ଯୁବକ ମୃତ । ମୃତକ ପଶ୍ଚିମବଙ୍ଗ ମୁର୍ଷିଦାବାଦ ଅଞ୍ଚଳଳର ନାଜିମ୍ ସେକ୍ । ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଆରମ୍ଭ କରିଛି ।

{"id":605662,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ନାଜିମ୍ ସେକ୍ ଟାଟା ଷ୍ଟିଲରେ ନିୟୋଜିତ ଏକ ଠିକା ସଂସ୍ଥାରେ କାମକରୁଥିଲେ । ତାଙ୍କର ଅନ୍ୟ ସହକର୍ମୀଙ୍କ ସହ ଗଣେଶ ଭବନ ଲଜ୍ ରେ ରହିଆସୁଥିଲେ । ଶନିବାର ରାତି ପ୍ରାୟ ୧୧ଟା ୩୦ ମିନିଟରେ ୨ ଯୁବକ ଏକ ବାଇକରେ ଲଜ୍ ନିକଟକୁ ଆସି  ନାଜିମକୁ ବାହାରକୁ ଡାକିଥିଲେ । ନାଜିମ୍ ଲଜ୍ ବାହାରକୁ ଆସିବା ପରେ ସେହି ଅଜ୍ଞାତ ଯୁବକମାନେ ତାଙ୍କୁ ଛୁରାମାଡ଼ କରି ସେଠାରୁ ଫେରାର ହୋଇଯାଇଥିଲେ ବୋଲି ନାଜିମଙ୍କ ଭାଇ ଓ ସହକର୍ମୀମାନେ କହିଛନ୍ତି ।

{"id":605663,"sizeSlug":"full","linkDestination":"none"}

ଗୁରୁତର ନାଜିମଙ୍କୁ ସଙ୍ଗେ ସଙ୍ଗେ ଯୋଡ଼ା ସ୍ଥିତ ଟାଟା ମେଡିକାଲକୁ  ନିଆଯାଇଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।  ଯୁବକଙ୍କୁ ଛୁରାମାଡ଼ ପଛର କାରଣ ଅସ୍ପଷ୍ଟ ରହିଥିବା ବେଳେ ଯୋଡ଼ା ପୋଲିସ୍ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଆକ୍ରମଣକାରୀ ଅଭିଯୁକ୍ତମାନେ କିଏ ଏବଂ ସେମାନେ ନାଜିମକୁ କାହିଁକି ହତ୍ୟା କଲେ, ସେନେଇ ଖୋଳତାଡ଼ ଚଳାଇଛି ଯୋଡ଼ା ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.