ଜମିବାଡି ବିବାଦରୁ ଗଲା ସ୍ୱାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର
23/03/2023 at 8:50 AM

ଅନୁଗୁଳ ୨୩।୦୩ : ଅନୁଗୁଳ ବଡ଼ହିଂସର ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ ଜମିବାଡିରୁ ଗଡିଲା ଜଣଙ୍କ ମୁଣ୍ଡ । ମୃତକ ନବିନା ସାହୁ । ପୋଲିସର ତଦନ୍ତ ଆରମ୍ଭ ।
ଖବର ଅନୁଯାୟୀ, ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ଶେଷରେ ବିବାଦ ବଢିଥିଲା । ଆଉ ଏହି ବିବାଦରୁ ଆରମ୍ଭ ହେଲା ଗଣ୍ଡଗୋଳ । ଏହି ଗଣ୍ଡଗୋଳରେ ନବିନା ସାହୁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନବିନା ସାହୁଙ୍କ ସ୍ତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାରେ ଛାନ୍ଭିନ୍ ଜାରି ରଖିଛି ।
Related Posts
ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29 May 2023