ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ

Published By : Prameya-News7 Bureau | December 09, 2022 IST

ନିଶ୍ଚିନ୍ତକୋଇଲି ୦୯/୧୨: ବିଳମ୍ଵିତ ରାତିରେ ଘରେ ପଶି ହତ୍ୟା । ଡକାୟତି ଯୋଜନାରେ ଘରେ ପଶି ସ୍ଵାମୀ ସ୍ତ୍ରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର । ନେମାଳ ଥାନା କଳମିଶ୍ରୀ ପଞ୍ଚାୟତର ୧୧ ନମ୍ବର ୱାର୍ଡରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।

ସୂଚନାନୁଯାୟୀ, ନେମାଳ ଥାନା କଳମିଶ୍ରୀ ପଞ୍ଚାୟତର ୧୧ ନମ୍ବର ୱାର୍ଡରେ ଗୁରୁବାର ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ୬୯ ବର୍ଷୀୟ ଅବସରପ୍ରାପ୍ତ କର୍ମଚାରୀ ହୃଷିକେଶ ମୁଦୁଲିଙ୍କ ଘରେ ପଶି ଆକ୍ରମଣ କରିଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ହୃଷିକେଶଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ କନକଲତା ମୁଦୁଲି ଗୁରୁତର ହୋଇଛନ୍ତି। ଗୁରୁତର ପତ୍ନୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଡକାୟତ କରିବା ଯୋଜନାରେ ଆସି ହତ୍ୟାକାଣ୍ଡ ଘଟାଇଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.