ଶିକ୍ଷକ ହତ୍ୟାକାଣ୍ଡରେ ହଟିଲା ପରଦା: ସତ ଓଗାଳିଲା ଗିରଫ ଅଭିଯୁକ୍ତ; କରିଥିଲା ବିଭତ୍ସ ହତ୍ୟା

Published By : Prameya-News7 Bureau | December 02, 2022 IST

ଆନନ୍ଦପୁର ୦୨/୧୨: ବିଜ୍ଞାନ ଶିକ୍ଷକ ଅନିରୁଦ୍ଧ ସ୍ବାଇଁ ହତ୍ଯା କାଣ୍ଡରେ ପୋଲିସକୁ ସଫଳତା। ଧରାପଡ଼ିଲା ଶିକ୍ଷକଙ୍କ ହତ୍ୟାକାରି। ବନ୍ଦ ଭଡ଼ାଘରୁ ମିଳିଥିବା ଶିକ୍ଷକଙ୍କ ମୃତଦେହ ଘଟଣାପେ ପରଦା ଉଠାଇଲା ପୋଲିସ। ଏପରି ଘଟଣା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜଣଙ୍କ ଜଣେ ବିଜ୍ଞାନ ଶିକ୍ଷକ ଥିବା ଜଣାପଡ଼ିଛି। ଚଳିତ ବର୍ଷ ସେପ୍ଟେମ୍ୱର ୧୩ରେ ସମ୍ପୃକ୍ତ ଅଭିଯୁକ୍ତ ଏପରି ହତ୍ୟା ଘଟଣା କାଣ୍ଡ ଭିଆଇଥିଲା। ଏହି ଅପରାଧିକ ଘଟଣା ସେହି ଅଞ୍ଚଳରେ  ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ହତ୍ୟାକାରି ହତ୍ୟାକାରୀ ଅରୁପ ଯୋନାକୁ ଗିରଫ କରିଛି। ସେ ସୋସୋ ଥାନା ଅନ୍ତର୍ଗତ କଣିଆରି  ଗାଁର ବାସିନ୍ଦା ଥିଲା।

ଖବର ଅନୁସାରେ, ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ମରୈଗାଁ ଛକରେ ଭଡାଘରୁ ଶିକ୍ଷକ ଅନିରୁଦ୍ଧ ସ୍ବାଇଁଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଗତ ସେପ୍ଟେମ୍ୱର ୧୩ ରାତିରେ  ଅପରାଧି ଜଣଙ୍କ ଏପରି କାଣ୍ଡ ରଚିଥିଲା ବୋଲି ସ୍ୱୀକାର କରିଛି। ଘଟଣା ଦିନ ଅରୁପ ମୃତ ଶିକ୍ଷକଙ୍କ ସହ ବାରମ୍ୱାର କଥା ହୋଇଥିବା ଅନିରୁଦ୍ଧଙ୍କ ମୋବାଇଲ କଲ ସିଡିଆରରୁ ପୋଲିସ୍ ଜାଣିପାରିଥିଲା। ପରେ ଗତ ୧୧ ତାରିଖରେ ଅଭିଯୁକ୍ତ ଅରୁପ୍ ଅନଲାଇନରେ ଏକ ଛୁରି ମଗାଇଥିଲା। ସେହି ଛୁରିଟି ମଧ୍ୟ ଘଟଣା ସ୍ଥଳରୁ ପୋଲିସ ସେଦିନ ଜବତ କରିଥିଲା।ଏହି ତଥ୍ଯ ଆଧାରରେ ପୋଲିସ୍ ଅରୁପକୁ ଉଠାଇ ଜେରା କରିବାପରେ ସବୁ ସତ ମାନିଥିଲା ଅରୁପ୍।

ସୂଚନାଥାଉକି, ମୃତ ଶିକ୍ଷକ ଅରୁପକୁ କିଛି ଟଙ୍କା ସୁଧ ଦେଇଥିଲେ।  ଏହି ସୁଧଟଙ୍କାକୁ କେନ୍ଦ୍ରକରି ଅରୁପକୁ   ବାରମ୍ୱାର ଅନିରୁଦ୍ଧ ତାଙ୍କ ରୁମକୁ ଡାକୁଥିଲେ। ଏଥିରେ ଅତିଷ୍ଟ ହୋଇ ଅଭିଯୁକ୍ତ ଅନିରୁଦ୍ଧଙ୍କୁ ମାରିବା ଭଳି ଚରମ ନିଷ୍ପତ୍ତି ନେଇଥିଲା। ଏସବୁ କଥା ପଚରାଉଚୁରା ବେଳେ ପୋଲିସ ପାଖେ କହିଛି ଅଭିଯୁକ୍ତ। ଅନ୍ଯପଟେ ବାରମ୍ୱାର ଅନେକ ଯୁବକ ମୃତ ଶିକ୍ଷକଙ୍କ ଭଡା ଘରକୁ ଆସୁଥିବାରୁ ସମଲିଙ୍ଗୀ ସମ୍ପର୍କରୁ ହତ୍ୟାକାଣ୍ଡ ହୋଇଛି ବୋଲି ସନ୍ଦେହ କରାଯାଉଛି। ତେବେ ସେନେଇ ପୋଲିସ୍ ତଦନ୍ତ ଜାରି ରଖିଛି ବୋଲି ଆନନ୍ଦପୁର ଏସଡିପିଓ କହିଛନ୍ତି। ଗିରଫ ପରେ ହତ୍ଯା ଅଭିଯୁକ୍ତ ଅରୁପ ଯେନାକୁ କୋର୍ଟ ଚାଲାଣ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.