Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ପାରିବାରିକ କଳହ ! ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ

30/01/2023 at 11:19 AM

ନିମାପଡା଼ ୩୦।୦୧ : ପୁରୀ ଜିଲ୍ଲା ନିମାପଡ଼ା ଥାନା ଦିଘାଲ ବସ୍ତିରେ ଅଭାବନୀୟ ଘଟଣା । ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଲା ପୋଲିସ । ପାରିବାରି କଳହ ଯୋଗୁଁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଦିଘାଳୋ ବସ୍ତିର ବାସିନ୍ଦା ଉରଫାନ ଖାଁ ନିଜ ପତ୍ନୀ ତାହାରୁନ ବିବିଙ୍କୁ  ରବିବାର  ରାତିରେ ବ୍ଲେଡରେ ତଣ୍ଟି କାଟି ହତ୍ୟା କରିବା କଥା ସ୍ୱୀକାର କରିଛି । ସୋମବାର ସକାଳୁ ଗ୍ରାମବାସୀ ଘଟଣା ଦେଖିବା ପରେ ସ୍ୱାମୀକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ  । ପୋଲିସ ପହଞ୍ଚି ଉରଫାନକୁ ଅଟକ ରଖି ପଚରାଉଚରା କରିବା ସହ ସାଇଣ୍ଟିଫିକ ଟିମକୁ ଅପେକ୍ଷା କରିଛି । ଅଧିକ ତଦନ୍ତ ପରେ ସମସ୍ତ ଘଟଣାର ପର୍ଦାଫାଶ ହେବ ବୋଲି ପୋଲିସର ସୂଚନା । ପାରିବାରିକ କଳହ ଯୋଗୁଁ ହତ୍ୟାକାଣ୍ଡ ଘଟିଥିବା ସୂଚନା ।

   Related Posts