ସାନଖେମୁଣ୍ଡି ୦୫।୧୨: ସାନଖେମୁଣ୍ଡି ଅଞ୍ଚଳରେ ଗତ ୩ ଦିନ ଧରି ହାତୀପଲ୍ଲ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଚାଲିଛନ୍ତି। ଦିଗପହଣ୍ଡି ଫରେଷ୍ଟରେଞ୍ଜର ପାଟପୁର ସେକ୍ସନ ଅନ୍ତର୍ଗତ ଏସ ରଘୁନାଥପୁର ନିକଟ ଗୌଡ଼ଗୋଉଡ଼ୁଣୀ କାଇଞ୍ଚପୁର ପାହାଡ଼ରେ ଦିନ ତମାମ ରହୁଥିବା ୧୨ ଟିକିଆ ହାତୀପଲ୍ଲ ରାତିସାରା ବିଭିନ୍ନଗ୍ରାମର ଜମିକୁ ଯାଇ ଫସଲଖାଇବା ସହ ଦଳି ନଷ୍ଟ କରି ଚାଲିଛନ୍ତି। ପ୍ରତି ରାତିରେ ନୂଆଁ ଗତିପଥରେ ଏହି ହାତୀପଲ୍ଲ ଯିବା ଏବେ ଆଖପାଖ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।
ଶୁକ୍ରବାର ରାତିରେ ଏହି ହାତୀପଲ୍ଲ ରଘୁନାଥପୁର, ଉତ୍ତମା, ଜିଉରା, ନରସିଂହଗଡ଼, ଗଙ୍ଗାପୁର ଇନ୍ଦିରାଆବାସ ସୁନାପଲୀ, ଲୁଣିନାଠି, ଢ଼େପାଗୁଡ଼ା, ସୁମନ୍ତପୁର ଆଦି ଗ୍ରାମର ବହୁ ଧାନଫସଲ ଖାଇଯିବା ସହ ଦଳି ନଷ୍ଟ କରିଛନ୍ତି। ଏପରିକି ସୁମନ୍ତପୁର ନିକଟରେ ଦୁଇଟି ବିଦ୍ୟୁତ ପୋଲକୁ ମଧ୍ୟ ଭାଙ୍ଗିଦେଇଛନ୍ତି। ଫଳରେ ରାତିସାରା ବିଦ୍ୟୁତ ଯୋଗାଣ ବିଛିନ୍ନ ରହୁଛି!
{"id":373144,"sizeSlug":"large"}
ଲୁଣିଲାଠିର ଅର ପ୍ରକାଶ ରେଡ଼ି ଆରଇଶ୍ୱରୀରେଡ୍ଡୀ,ଆରଟୁକୁନା ରେଡ୍ଡୀ, ଆର ଗୋପାଳ ରେଡ୍ଡୀ, ଆର ପାଣ୍ଡବ, ଏସ ବିକେଶ ରେଡ୍ଡୀ,ପଳାଶପୁର କୁଣ୍ଡାଖାଇ ପାହାଡ଼ ଜମିରେ ମହାଦେବ ପାଢ଼ୀ, ପ୍ରଭାକର ପାଢ଼ୀଙ୍କ ସମେତ ବହୁ ଚାଷୀଙ୍କ ଧାନ ଫସଲ ହାତୀପଲ୍ଲ ଖାଇଯିବା ସହ ଦଳି ଚକଟି ନଷ୍ଟ କରିଥିବା ଜଣାପଡିଛି। ବନବିଭାଗ କର୍ମଚାରୀ ମାନେ ବ୍ୟାପକ ସଚେତନତା ସହ ଦିନ ରାତି ହାତୀପଲ୍ଲର ଗତିବିଧି ଉପରେ ନଜର ରଖିବା ସହ କ୍ଷତିଗ୍ରସ୍ଥ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି।