କ୍ୟାମେରାରେ କଏଦ୍ ହେଲା ହାତୀପଲଙ୍କ ଜଳକ୍ରୀଡ଼ାର ମନୋରମ ଦୃଶ୍ୟ; ଦେଖନ୍ତୁ ଭିଡିଓ

Published By : Prameya-News7 Bureau | September 04, 2022 IST

ପାଟଣା ୦୪/୦୯: କ୍ୟାମେରାରେ କଏଦ୍ ହେଲା ହାତୀପଲଙ୍କ ଜଳକ୍ରୀଡ଼ାର ମନୋରମ ଦୃଶ୍ୟ। ଗତ ୧ ସପ୍ତାହ ହେଲା କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୨୨ ଟିକିଆ ହାତୀପଲ ଉପଦ୍ରବ କରି ପଡ଼ୋଶୀ ଜିଲ୍ଲା ମୟୁରଭଞ୍ଜ ଫେରିଥିଲେ। ହେଲେ, ପୁଣିଥରେ ପାଟଣା ରେଞ୍ଜକୁ ହାତୀପଲ ଫେରିଛନ୍ତି। ହାତୀପଲ ଫେରିବା ବାଟରେ ପୁରୁଣାପାଣି ନୂଆଗାଁ ପାଖରେ ଥିବା ବିରଳ ନଦୀରେ ଏହି ହାତୀପଲଙ୍କର  ଜଳକ୍ରୀଡ଼ା କରୁଥିବା ଦେଖି କିଛି ଲୋକ ଏହାର ଚିତ୍ର ଉତ୍ତୋଳନ କରିଛନ୍ତି। ଗୋଟିଏ ପଟେ ହାତୀପଲଙ୍କର ଗତ ୭ ଦିନ ଧରି ୬ ରୁ ଅଧିକ ଘର ଭାଙ୍ଗିବା ସହିତ ଫସଲ ନଷ୍ଟ କାରଣରୁ ଲୋକେ ଆତଙ୍କିତ ରହିଥିଲେ। ଅନ୍ୟପଟେ ହାତୀଙ୍କ ଜଳକ୍ରୀଡ଼ାର ମନୋରମ ଦୃଶ୍ୟରେ ଦର୍ଶକ ବିଭୋର ହେଉଛନ୍ତି।

wp:embed {"url":"https://youtu.be/KvybYt1JHKs","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/KvybYt1JHKs
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.