ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ସଦର ରେଞ୍ଜରେ ମାତିଲେ ୩୭ ଟିକିଆ ବଣୁଆ ହାତୀପଲ, ବ୍ୟାପକ ଉପଦ୍ରବରେ ଭୟଭୀତ ଲୋକେ

19/12/2021 at 10:04 AM

କେନ୍ଦୁଝର ୧୯/୧୨: କେନ୍ଦୁଝର ସଦର ରେଞ୍ଜର ମଇଦାନକେଲ ଗ୍ରାମପଞ୍ଚାୟତ ଅଞ୍ଚଳକୁ ଧସେଇ ପଶିଲେ ୩୭ ଟିକିଆ ବଣୁଆ ହାତୀପଲ । ଫଳରେ ଗା ଲୋକେ ଆତଙ୍କିତ ହୋଇପଡିଛନ୍ତି । ଆଜି ସକାଳୁ ସକାଳୁ ପାଟଣା ରେଞ୍ଜରେ ଥିବା ୨୬ଟି ଓ ସଦର ରେଞ୍ଜରେ ଥିବା ୧୧ଟି ହାତୀ ଏକାଠି ହୋଇଛନ୍ତି ମଇଦାନକେଲ ଠାରେ । ଗାଁ ଲୋକେ ବିଲରୁ ଧାନ ନେଇ ଘରେ ରଖିଥିବାରୁ ହାତୀପଲ ଘର ଭିତରେ ପଶି ଆକ୍ରମଣ କରୁଛନ୍ତି ।

ବନ ବିଭାଗର ଏକାଧିକ ଦଳ ହାତୀ ଉପରେ ରଖିଛନ୍ତି ତୀକ୍ଷ୍ଣ ନଜର । ଗତକାଲି ହାତୀପଲ ପାଟଣା ରେଞ୍ଜରେ ପଶି ୫ଟି ଘର ଭାଙ୍ଗିଛନ୍ତି । ଏହି ହାତୀ ପଲରେ ୭ଟି ଦନ୍ତା ୧୩ ଟି ମାଈ ହାତୀ ରହିଛନ୍ତି । ୮ ଟି ଛୁଆ ଓ ୯ଟି ମଧ୍ୟ ବ୍ୟୟସ୍କ ଛୁଆ ଥିବା ସୁଚନା ରହିଛି ।

   Related Posts