ଧରାପଡିଲା କୁଖ୍ୟାତ ହାତୀ ଶିକାରୀ , ୨୦ରୁ ଅଧିକ ଦନ୍ତା ଶିକାରରେ ସଂପୃକ୍ତି !
9/02/2020 at 9:42 AM

ଆଠଗଡ ୦୯।୦୨: ଧରାପଡିଲା କୁଖ୍ୟାତ ହାତୀ ଶିକାରୀ । ରାଜ୍ୟରେ ୨୦ରୁ ଅଧିକ ଦନ୍ତା ଶିକାର ଘଟଣାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ବାବୁଲି ମହାଳିକ ଗିରଫ ହୋଇଛି । ବାବୁଲିକୁ ଗିରଫ କରିବା ସହ ତା ନିକଟରୁ ହରିଣ ଚମଡା, ଶିଙ୍ଗ, ବନ୍ଧୁକ ଆଦି ଜବତ କରିଛି ବନ ବିଭାଗ ।

କାନପୁର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁର ବାବୁଲି ଆଠଗଡ ବନଖଣ୍ଡ ଅଧୀନ ବଡମ୍ବା ରେଞ୍ଜ ଅଞ୍ଚଳରେ ୨ବର୍ଷ ତଳେ ୨ଟି ଦନ୍ତା ହାତୀ ଶିକାର କରିଥିବା ବେଳେ ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ଦନ୍ତା ଶିକାର ଘଟଣାରେ ସଂପୃକ୍ତ ଅଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ବାବୁଲି ସହ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ତଦନ୍ତ ଜାରି ରଖିଛି ବନ ବିଭାଗ ।