ହାତୀଙ୍କୁ ହତ୍ୟା ପାଇଁ ନିର୍ଦେଶ: ଗୋଟିଏ ହାତୀ ମାରିଲେ ଦେବାକୁ ହେବ ୩୧ ଲକ୍ଷ ଟଙ୍କା

Published By : Prameya-News7 Bureau | February 09, 2020 IST

ବୋତ୍‌ସାଓ୍ବାନା ୦୯।୦୨: ଏବେ ଜଙ୍ଗଲ ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ହାତୀ ଓ ମଣିଷ ମୁହାଁ ମୁହିଁ ହେଉଛନ୍ତି । କେତେବେଳେ ହାତୀପଲ କାହାର ଘର ଭାଙ୍ଗନ୍ତି ତ ଆଉ କାହାକୁ ଦଳି ମାରିଦେଇଥିବାର ଖବର ଶୁଣାଯାଏ । ଅନେକ ଦେଶରେ ହାତୀକୁ ଅମୂଲ୍ୟ ସମ୍ପତ୍ତି ବୋଲି ମନେକରାଯାଏ । କିନ୍ତୁ ବିଶ୍ବରେ ଏଭଳି ଏକ ଦେଶରେ ଅଛି, ଯେଉଁଠି ହାତୀଙ୍କୁ ମାରିବାର ନିର୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ ହାତୀର ମୂଲ୍ୟ ମଧ୍ୟ ଧାର୍ଯ୍ୟ କରାଯାଇଛି। ହାତୀ ମାରୁଥିବା ସଂସ୍ଥା ବା ଏଜେନ୍ସିଠାରୁ ଏହି ଟଙ୍କା ଆଦାୟ କରାଯିବ ।

{"id":222344,"sizeSlug":"large"}

ହାତୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଥିବା ଦେଶ ହେଉଛି ବୋତ୍‌ସାଓ୍ବାନା । ଦେଶର ସରକାର ୬୦ ହାତୀଙ୍କୁ ମାରିବା ପାଇଁ ୬ଟି ଲାଇସେନ୍ସ ଜାରି କରିଛନ୍ତି। ଲାଇସେନ୍ସରେ ଲେଖାଯାଇଛି ପ୍ରତି ହାତୀର ମୂଲ୍ୟ ୩୧ ଲକ୍ଷ ଟଙ୍କା । ଅର୍ଥାତ ହାତୀ ମାରିବା ବଦଳରେ ଏତେ ଟଙ୍କା ଜମା କରିବାକୁ ପଡିବ ବୋଲି ଜଣାଯାଇଛି । ୬୦ଟି ହାତୀ ମାରିବା ଦ୍ବାରା ସରକାରଙ୍କୁ ପ୍ରାୟ ୧୮ କୋଟି ଅଧିକ ଟଙ୍କାର ଲାଭ ହେବ ବୋଲି ଅନୁମାନ କରାଯାଉଛି ।

{"id":222345,"width":576,"height":324,"sizeSlug":"large"}

ବୋତ୍‌ସାଓ୍ବାନାର ରାଷ୍ଟ୍ରପତି ମୋକାଭିତ୍ସି ମସିସି ଏବେ ହାତୀଙ୍କୁ ମାରିବା ପାଇଁ ୫ ବର୍ଷ ପୁରୁଣା ନିର୍ଦେଶ  ଫେରାଇ ନେଇଛନ୍ତି। ଏହା ଏଥିପାଇଁ କରାଯାଇଛି, କାରଣ ବୋତ୍‌ସାଓ୍ବାନାରେ ହାତୀଙ୍କ ସଂଖ୍ୟା ବହୁତ ଅଧିକ ବଢି ଯାଇଛି। ବୋତତ୍ସଓ୍ବାନାରେ ୧୯୯୦ରେ ହାତୀଙ୍କ ସଂଖ୍ୟା ୮୦ ହଜାର ଥିଲା। ଏବେ ଏହା ବଢି ୧.୩୦ ଲକ୍ଷ ହୋଇଯାଇଛି।

{"id":222346,"sizeSlug":"large"}

ହାତୀମାନେ ଲଗାତର ଭାବରେ ମଣିଷଙ୍କ ଘରେ ପଶି କ୍ଷତି କରୁଛନ୍ତି। ବହୁବାର ଲୋକଙ୍କୁ ମଧ୍ୟ ମରିଦେଇଥାନ୍ତି। ତେଣୁ ବୋତ୍‌ସାଓ୍ବାନାର ସରକାର ୬୦ ହାତୀଙ୍କୁ ମାରିବାର ନିର୍ଦେଶ ଦେଇଛନ୍ତି। ଯେଉଁଥିରେ ୬ଟି ଏଜେନ୍ସିକୁ ହାତୀ ମାରିବାର ଲାଇସେନ୍ସ ଦିଆଯାଇଛି। ସେମାନେ ଏହି ହାତୀଙ୍କୁ ମାରିବା ପରେ ଏହାର ଅଙ୍ଗକୁ ବିକ୍ରି କରି ଟଙ୍କା ରୋଜଗାର କରିବେ। ତେଣୁ ବୋତ୍‌ସାଓ୍ବାନାର ସରକାର ପ୍ରତି ହାତୀଙ୍କର ଏକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଯେଉଁ ଶିକାରି ଏଜେନ୍ସି ଏହି ମୂଲ୍ୟ ଦେବେ ନାହିଁ ସେହି ହାତୀକୁ ମାରିବାକୁ ଦିଆଯିବ ନାହିଁ ।

{"id":222347,"sizeSlug":"large"}

ବୋତ୍‌ସାଓ୍ବାନାର ପଡୋଶୀ ଦେଶ ଜିମ୍ବାଓ୍ବେ, ଜାମ୍ବିୟା, ନାମ୍ବିବିୟା ଓ ଦକ୍ଷିଣ ଆଫ୍ରିକା ମଧ୍ୟ ଗତ କିଛି ବର୍ଷରୁ ହାତୀଙ୍କୁ ନେଇ ନୂଆ ନିୟମ ତିଆରି କରୁଛି, ଯାହାଫଳରେ ମଣିଷ ଓ ହାତୀଙ୍କ ଭିତରେ ସଂଘର୍ଷ କମ୍ ହୋଇପାରିବ। ଏହା ସହିତ ହାତୀଙ୍କ ଭିତରେ ସଂଘର୍ଷ କମ୍ ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.