ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ? ଗୁଳି ଖାଇ ୮ ଦିନ ବୁଲିଲା, କେମିତି ଜାଣିପାରିଲାନି ବନବିଭାଗ ? ହାତୀ ଶିକାରୀଙ୍କ ନେକ୍ସସ ଚିନ୍ତାଜନକ

Published By : Prameya-News7 Bureau | June 14, 2022 IST

ଭୁବନେଶ୍ୱର ୧୪/୦୬: ଶେଷରେ ୮ଦିନର ସଂଘର୍ଷ ପରେ ଆଖିବୁଝିଛି ଗୁଳିବିଦ୍ଧ ଦନ୍ତା । ମୃତ୍ୟୁ ସହ ସଂଘର୍ଷ କରିବା ପରେ ଆଜି ଆଖି ବୁଜିଛି ଦନ୍ତା । ତେବେ ଏଠାରେ ପ୍ରଶ୍ନ ଉଠୁଛି ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ? କିପରି ହାତୀଙ୍କୁ ଗୁଳିବିଦ୍ଧ କରାଗଲା ସେ ନେଇ କିପରି ଜାଣିପାରିଲାନି ବନବିଭାଗ? ସେତିକି ନୁହେଁ ଗୁଳିବିଦ୍ଧ ପରେ ଜଙ୍ଗଲରେ ଏତେଦିନ ଧରି ହାତୀ ବୁଲୁଥିଲା ସେ ସଂପର୍କରେ ବି ଜାଣିପାରିଲାନି ବନବିଭାଗ?

ବନବିଭାଗର ଏପରି କାର୍ଯ୍ୟକଳାପ ନେଇ ଉଠିଛି ପ୍ରଶ୍ନ ? ଯାହା ଜଣାପଡୁଛି ବିନବିଭାଗ ଓ ଶିକାରୀଙ୍କ ମଧ୍ୟରେ ରହିଛି ଭିତିରିଆ ସଂପର୍କ । ଯେଉଁଥିପାଇଁ ଗୁଳିବିଦ୍ଧ ପରେ ୮ଦିନ ଜଙ୍ଗଲରେ ହାତୀଟି ବୁଲିଲା । ଅଥଚ ବନବିଭାଗ ଜାଣିପାରିଲିନି । ହାତୀଟି ଏଣେତେଣେ ବୁଲିବା ପରେ ଯେବେ କାଦୁଆରେ ପଡିଗଲା ସେବେ ତପ୍ରତା ଦେଖାଥିଲା ବନବିଭାଗ ।

ସୂଚନା ଥାଉକି, ନରସିଂହପୁର ଜଙ୍ଗଲରେ ୮ଦିନ ତଳେ ଗୁଳିବିଦ୍ଧ ଦନ୍ତାହାତୀ ବୁଲୁଥିବା ନେଇ ସୂଚନା ମିଳିଥିଲା । ଏହାକୁ ବଡମ୍ୱା ବିଧାୟକ ଦେବୀ ମିଶ୍ର ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତପ୍ତରତା ପ୍ରକାଶ ପାଇଥିଲା । ଦନ୍ତାହାତୀକୁ ୬ ରାଉଣ୍ଡ ଗୁଲି ମାଡ ହୋଇଥିବା ଜଣାପଡିଥିଲା । ହାତୀ ଶରୀରର ବିଭିନ୍ନ ସ୍ଥାନରେ ବାଜିଥିଲା ଗୁଳି ।

ହାତୀର ଶୁଣ୍ଢ, ମୁହଁ ଓ ଆଗ ଡାହାଣ ଗୋଡରେ ଲାଗିଥିଲା ଆଘାତ । ୧୫ ଦିନ ହେବ ଏହିପରି କ୍ଷତ ବିକ୍ଷତ ଅବସ୍ଥାରେ ହାତୀ ବୁଲୁଥିଲା ବୋଲି ଗ୍ରାମବାସୀଙ୍କଠାରୁ ସୂଚନା ମିଳିଥିଲା । ଏ ସମ୍ପର୍କରେ ନରସିଂହପୁର ପଶ୍ଚିମ ବନ ବିଭାଗ ରେଞ୍ଜରଙ୍କୁ ପଚାରିଯିବାରୁ ସେ କହିଥିଲେ ଗୋଟିଏ ହାତୀ ଅସୁସ୍ଥ ହୋଇ ପୂର୍ବ ବନାଞ୍ଚଳରୁ ଆମ ବନାଞ୍ଚଳକୁ ପଳାଇ ଆସିଛି । ହାତୀକୁ ବନ ବିଭାଗ କର୍ମଚାରୀ ମାନେ ଠାବ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ।

ସୂଚନା ଥାଉକି, ଗତ ଚାରିମାସ ମଧ୍ୟରେ ନରସିଂହପୁର ବ୍ଲକର ଉଭୟ ପୂର୍ବ ଏବଂ ପଶ୍ଚିମ ବନ ବିଭାଗ ଅଧୀନରେ ୬ଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥି ମଧ୍ୟରୁ ୩ଟି ଅସ୍ୱାଭାବିକ ଭାବେ ମୃତ୍ୟୁ ହେବା ସହ ୩ଟିର ଗଳିତ ମୃତଦେହ ଉଦ୍ଧାର ହୋଇଛି । ତେବେ ପ୍ରକୃତରେ କଣ ନରସିଂହପୁର ଜଙ୍ଗଲରେ ଲୁରକ୍ଷିତ ନୁହଁନ୍ତି ହାତୀ ? ନାଁ ବନବିଭାଗ ପକ୍ଷରୁ ହାତୀଙ୍କ ସୁରକ୍ଷା ନେଇ ନିଆଯାଉନି ପଦକ୍ଷେପ ? ତାହା ଏବେ ବଡ ପ୍ରଶ୍ନ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.