ଜଙ୍ଗଲରୁ ମିଳିଲା ପୁଣି ଏକ ହାତୀର ମୃତଦେହ, ବନବିଭାଗ ଖୋଜୁଛି କାରଣ

Published By : Prameya-News7 Bureau | September 10, 2022 IST

ସୁନ୍ଦରଗଡ଼ ୧୦।୦୯ : ସଙ୍କଟର ଗଜରାଜ । ପୁଣି ଏକ ଦନ୍ତା ହାତୀ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜ ଟୁଙ୍ଗୁରୀ ଜଙ୍ଗଲରୁ ଠାବ ହୋଇଛି ଦନ୍ତାର ମୃତଦେହ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଜଙ୍ଗଲକୁ କିଛି ଲୋକ ଯାଇଥିବା ବେଳେ ହାତୀର ମୃତଦେହ ପଡିଥିବା ଦେଖିଥିଲେ । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ହାତୀଟିର ମୃତ୍ୟୁ କିପରି ହେଲେ, ସେନେଇ କିଛି ସବିଶେଷ ତଥ୍ୟ ଜଣାପଡିନଥିବା ବେଳେ ଛାନ୍‌ଭିନ୍‌ ଜାରି ରଖିଛି ବନବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.