ଦନ୍ତାକୁ ମାରି ଲୁଟିନେଲେ ଦାନ୍ତ ! ବନବିଭାଗର କାର୍ଯ୍ୟଦକ୍ଷତା ନେଇ ଉଠିଲା ପ୍ରଶ୍ନ
24/03/2023 at 8:46 AM

ନୀଳଗିରି ୨୪/୦୩: ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ତେବେ ହାତୀକୁ ମାରିବା ପରେ ଦାନ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦୁଇଟି ହାତୀ ଦାନ୍ତ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଫେରାର ଥିବା ସୂଚନା । ଏନେଇ ସୂଚନା ଦେଇଛନ୍ତି ଆରସିସିଏଫ ପି ଅଶୋକ କୁମାର ।
ସୂଚନା ଥଉକି, ନୀଳଗିରି କୁଳଡିହା ଅଭୟାରଣ୍ୟ କଳମା ଚତୁରୀ ନିକଟରେ ଏକ ଦନ୍ତାହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ହାତୀକୁ ଗୁଳିବିଦ୍ଧ ହୋଇଥିବା ଅଭିଯୋଗ ଉଠିଛି । ଡିଏଫଓ ତଦନ୍ତ କରି ଫେରିଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ କରିବ ଭୁବନେଶ୍ୱର ସ୍ପେଶାଲ ଟାସ୍କ ଫୋର୍ସ।ତେବେ ଘଟଣା ବହୁ ଗୁରୁତର ହୋଇଥିବା ଜଣାପଡିଛି ।
ଗଣମାଧ୍ୟମକୁ ଅଭୟାରଣ୍ୟ କଟକଣା ଜଣାଇ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଛି । ତେବେ ଯେଉଁ ବିଟ ଅଧୀନରେ ବର୍ଷରେ ୫ଟି ହାତୀ ମୃତ୍ୟୁ ହେଲାଣି ସେହି ଫରେଷ୍ଟରକୁ ଶ୍ରେଷ୍ଠ ଅଧିକାରୀ ସମ୍ମାନ ଦେବା ପାଇଁ ପ୍ରସ୍ତୁତି ହେବା ଦୁର୍ଭାଗ୍ୟ ଜନକ ବୋଲି କୁହାଯାଇଛି। ଏଠାରେ କହି ରଖୁ ଯେ, ଗୋଟିଏ ବର୍ଷରେ ଅଭୟାରଣ୍ୟ ଭିତରେ ୭ ଟି ହାତୀ ମରିବା ପରେ କୂଳଡିହା ରେଞ୍ଜର ଓ ସ୍ଥାନୀୟ ଫରେଷ୍ଟରଙ୍କ କାର୍ଯ୍ୟ ଦକ୍ଷତା ଉପରେ ଏବେ ପ୍ରଶ୍ନ ଉଠିଛି ।