ନୀଳଗିରି: ଡ୍ୟାମ୍‌ରେ ଭାସୁଛି ହାତୀ ଛୁଆର ମୃତଦେହ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | February 22, 2021 IST


ନୀଳଗିରି,୨୨/୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ ଅନ୍ତର୍ଗତ ରିଷିଆ ଡ୍ୟାମରେ ଏକ ହାତୀ ମରି ଭାସୁଥିବା ନଜରକୁ ଆସିଛି। ଋଷିଆ ଡ୍ୟାମ ଗୁହିରା ଭୋଳ ନିକଟରେ ଆଜି ଏକ ଅଣ୍ଡିରା ଛୁଆ ହାତୀର ମୃତ ଦେହ ଭାସୁ ଅବସ୍ଥାରେ କିଛି ବନ କର୍ମଚାରୀ ଦେଖିବାକୁ ପାଇଥିଲେ। ଝରଣା ବାହାରୁଥିବା ସ୍ଥାନରୁ ଏକ ଅମରି ଲତାରେ ହାତୀଟି ଭାସୁଥିବାର ନଜରକୁ ଆସିଥିଲା। ପରେ କୁଳଡିହା ରେଞ୍ଜର ବିଜୟ କୁମାର ମହାପାତ୍ର ,ଏସିଏଫ ଶରତ ଚନ୍ଦ୍ର ବେହେରା, ଡିଏଫଓ ବିଶ୍ଵରାଜ ପଣ୍ଡା ଯାଇ ତଦନ୍ତ କରିଥିଲେ। ପ୍ରାଣୀ ଚିକିତ୍ସକ ପହଁଞ୍ଚି ହାତୀଟିକୁ ପୋଷ୍ଟମର୍ଟମ କରିବା ପରେ ମଲା ହାତୀଟିକୁ ପୋତି ଦିଆଯାଇଛି। ହାତୀର ବୟସ ପ୍ରାୟ ଦେଢ ବର୍ଷରୁ ଦୁଇବର୍ଷ ହେବ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.