ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡ ମୃତ, ଘଉଡାଇବାକୁ ଯିବାବେଳେ ଦଳିଦେଲା

Published By : Prameya-News7 Bureau | November 04, 2022 IST

ଅନୁଗୁଳ ୦୪/୧୧: ଅନୁଗୁଳ ନାଲକୋ ନିକଟସ୍ଥ କୁଲାଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତ ବ୍ୟକ୍ତି ହେଲେ ଶରତ ଘଡେଇ । ସେ ଅନୁଗୁଳରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ହାତୀ ଘଉଡାଇବା ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ ମାରିଦେଇଛି । ତାଙ୍କ ଘର ତାଳଚେର ଥାନା ଅନ୍ତର୍ଗତ ଜନ୍ଦାବହାଳ ବୋଲି ଜଣାପଡିଛି ।

ଶରତଙ୍କ ମୃତଦେହ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ରହିଛି । ଶରତଙ୍କ ପରିବାରଙ୍କୁ ସମସ୍ତ କ୍ଷତିପୂରଣ ଏବଂ ଜଣଙ୍କୁ ଚାକିରୀ ଦାବି କରି ପରିବାର ଲୋକ ମୃତଦେହକୁ ଜଗି ବସିଛନ୍ତି। ଅନୁଗୁଳ ଜିଲ୍ଲାର ସମସ୍ତ ହାତୀ ଖୁଆଡ଼ରେ କାମ କରୁଥିବା କର୍ମଚାରୀ ମଧ୍ୟ ଶରତଙ୍କୁ ନ୍ୟାୟ ଦେବା ପାଇଁ ଦାବି ହୋଇଛି । ନଚେତ ସମସ୍ତେ ଆନ୍ଦୋଳନ କରିବେ ବୋଲି ପ୍ରତିକ୍ରିୟା ମିଳୁଛି । ତେବେ ହାତୀ ମାରିଲେ ଯେପରି ୪ ଲକ୍ଷ ଟଙ୍କା ସମସ୍ତଙ୍କୁ ମିଳୁଛି ସେତିକି ଦେବା ପାଇଁ ବନ ବିଭାଗ କହୁଥିବା ବେଳେ, ସେ ସାଧାରଣ ଲୋକ ନୁହଁନ୍ତି, କାର୍ଯ୍ୟରତ କର୍ମଚାରୀ ।

ତେଣୁ ସମସ୍ତ ସରକାରୀ ସାହାଯ୍ୟ ମିଳିବା ଦରକାର ନଚେତ ହାତୀ ଖୁଆଡ଼ରେ କାର୍ଯ୍ୟରତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏବେ ବି ସେହି ଅଞ୍ଚଳରେ ୨୦ଟି ହାତୀ ବୁଲୁଥିବା କହୁଛି ବନ ବିଭାଗ । ତେଣୁ ଯଦି ହାତୀ ଘଉଡାଇବା ପାଇଁ ନିୟୋଜିତ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଲେ ନିଶ୍ଚିତ ଧନ ଜୀବନ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.